ବିଦୁତ ଆଘାତରେ ଚାଲିଗଲା ୨ ଜୀବନ

ଯାଜପୁର : ବିଦ୍ୟୁତ୍‌ ଆଘାତରେ ଦୁଇଜଣ କର୍ମଚାରୀଙ୍କ ଜୀବନ ଚାଲିଯାଇଛି । ଯାଜପୁର ଜିଲ୍ଲା ରୋଡ ଥାନା ବ୍ୟIସ ସରୋବର ପୀଠରେ ଏପରି ଘଟଣା ଘଟିଛି । ପରେ ସେଠାରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି । ସୂଚନାନୁସାରେ ଯାଜପୁର ରୋଡଥାନା ବ୍ୟIସ ସରୋବର ପୀଠରେ ଫେବ୍ରିକେସନ୍‌ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଦ୍ୱୟ ପଶ୍ଚିମବଙ୍ଗର ମାଲଦା ଅଞ୍ଚଳର ରେଜାବୁଲ ସେଖ୍‌ ଓ […]

Samaya Live Picture
Published On

ଯାଜପୁର : ବିଦ୍ୟୁତ୍‌ ଆଘାତରେ ଦୁଇଜଣ କର୍ମଚାରୀଙ୍କ ଜୀବନ ଚାଲିଯାଇଛି । ଯାଜପୁର ଜିଲ୍ଲା ରୋଡ ଥାନା ବ୍ୟIସ ସରୋବର ପୀଠରେ ଏପରି ଘଟଣା ଘଟିଛି । ପରେ ସେଠାରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି ।
ସୂଚନାନୁସାରେ ଯାଜପୁର ରୋଡଥାନା ବ୍ୟIସ ସରୋବର ପୀଠରେ ଫେବ୍ରିକେସନ୍‌ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଦ୍ୱୟ ପଶ୍ଚିମବଙ୍ଗର ମାଲଦା ଅଞ୍ଚଳର ରେଜାବୁଲ ସେଖ୍‌ ଓ ଇନ୍ଦ୍ରଜିତ ମଣ୍ଡଳ ବୋଲି ଜଣାପଡିଛି । ପୋଲିସ ସେଠାରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବବ୍ୟବଛେଦ ପାଇଁ ପଠାଇଛି ଏବଂ ଘଟଣାସ୍ଥଳର ତଦନ୍ତ ଜାରିରଖିଛି ।

Tags: