କନ୍ଧମାଳରୁ ଗଞ୍ଜେଇ ସହ ୨ ବନ୍ଧୁକ ଜବତ
କନ୍ଧମାଳ : ଦିନକୁ ଦିନ ଗଞ୍ଜେଇ ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ସବୁଠି ନିର୍ଭୟରେ ଗଞ୍ଜେଇ ଚାଲାଣ କରୁଛନ୍ତି ଗଞ୍ଜେଇ ମାଫିଆ । ସେହିପରି କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ସହ ୨ଟି ବନ୍ଧୁକକୁ ଜବତ କରିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଥିବା ଗଞ୍ଜେଇ ମାଫିଆଙ୍କର କୌଣସି ସୂଚନା ମିଳିନାହିଁ । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି । ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ମୁସୁକୁଲି ଗାଁରେ […]
କନ୍ଧମାଳ : ଦିନକୁ ଦିନ ଗଞ୍ଜେଇ ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ସବୁଠି ନିର୍ଭୟରେ ଗଞ୍ଜେଇ ଚାଲାଣ କରୁଛନ୍ତି ଗଞ୍ଜେଇ ମାଫିଆ । ସେହିପରି କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ସହ ୨ଟି ବନ୍ଧୁକକୁ ଜବତ କରିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଥିବା ଗଞ୍ଜେଇ ମାଫିଆଙ୍କର କୌଣସି ସୂଚନା ମିଳିନାହିଁ । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି ।
ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ମୁସୁକୁଲି ଗାଁରେ ପୋଲିସକୁ ମିଳିଛି ସଫଳତା ।ମୁସୁକୁଲି ଗାଁ ପାଖରେ ଥିବା ଜଙ୍ଗଲରେ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପୋଲିସକୁ ମିଳିଥିଲା । ପୋଲିସ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରିଥିଲା । ଯାହାଫଳରେ ଘଟଣାସ୍ଥଳରୁ ପୋଲିସ ଗଞ୍ଜେଇ ସହ ୨ଟି ବନ୍ଧୁକକୁ ଜବତ କରିଛି । କିନ୍ତୁ ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆମାନେ ଚମ୍ପଟ ମାରିଥିଲେ । କିଏ ଓ କେଉଁଠିକି ଗଞ୍ଜେଇ ଚାଲାଣ କରିଥିଲା ତାହାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।




