ଗୋଷ୍ଠୀ ବିବାଦରୁ ରଣକ୍ଷେତ୍ର ପାଲଟିଲା ଗାଁ
ଜଟଣୀ : ୨ ଗୋଷ୍ଠୀ ମଧ୍ୟରେ ବିବାଦରୁ ଗାଁ ପାଲଟିଲା ରଣକ୍ଷେତ୍ର I ବୋମାମାଡରେ ଏକାଧିକ ଆହତ I ଗତକାଲି ରାତିରେ ଏହି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ତରବୋଇ ଗାଁରେ I ଦୁଇ ଗୋଷ୍ଠୀ ମଧ୍ୟରେ ଅନେକ ଦିନରୁ ବିବାଦ ଲାଗିରହିଥିଲା,ତେବେ ଗତକାଲି ସାମାନ୍ୟ ବଚସାରୁ ହୋଇଥିଲା ବୋମାମାଡ଼ I ପ୍ରଥମେ ବଚସା ଓ ହାତାହାତି ହୋଇଥିଲେ ଉଭୟପକ୍ଷ Iଏଥିରେ ଉଭୟପକ୍ଷର ୩ଜଣ ଆହତ ହେବା ସହିତ ବୋମାମାଡ଼ରେ ୩ଟି ବାଇକ୍ କ୍ଷତିଗ୍ରସ୍ତ ହୋଇଥିବା […]
ଜଟଣୀ : ୨ ଗୋଷ୍ଠୀ ମଧ୍ୟରେ ବିବାଦରୁ ଗାଁ ପାଲଟିଲା ରଣକ୍ଷେତ୍ର I ବୋମାମାଡରେ ଏକାଧିକ ଆହତ I ଗତକାଲି ରାତିରେ ଏହି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ତରବୋଇ ଗାଁରେ I ଦୁଇ ଗୋଷ୍ଠୀ ମଧ୍ୟରେ ଅନେକ ଦିନରୁ ବିବାଦ ଲାଗିରହିଥିଲା,ତେବେ ଗତକାଲି ସାମାନ୍ୟ ବଚସାରୁ ହୋଇଥିଲା ବୋମାମାଡ଼ I ପ୍ରଥମେ ବଚସା ଓ ହାତାହାତି ହୋଇଥିଲେ ଉଭୟପକ୍ଷ Iଏଥିରେ ଉଭୟପକ୍ଷର ୩ଜଣ ଆହତ ହେବା ସହିତ ବୋମାମାଡ଼ରେ ୩ଟି ବାଇକ୍ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ଏଥିସହ ଉଭୟ ପକ୍ଷ ମାରଣାସ୍ତ୍ରରେ ପରସ୍ପରଙ୍କୁ ଆକ୍ରମଣ କଲେ। ଫଳରେ ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଜଟଣୀ ପୋଲିସ ପହଂଚି ଘଟଣାକୁ ଆୟତ୍ତ କରିବା ସହ ଗୁରୁତର ଆହତଙ୍କୁ ମେଡିକାଲ ପଠାଇଛନ୍ତି I




