ଭିଜିଲାନ୍ସ ଜାଲରେ ୨ ସରକାରୀ ବାବୁ
ବ୍ରହ୍ମପୁର :ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୨ ସରକାରୀ ବାବୁ I ୨୦ ହଜାର ଟଙ୍କା ଲଂଚ ନେବାବେଳେ ଗଞ୍ଜାମ ଜିଲ୍ଲା ଆସିକା ଜଳସମ୍ପଦ ବିଭାଗ CAD ଡିଭିଜନ ନଂ-୮ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ ସେହି ଅଫିସର କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା ଙ୍କୁ ଧରିଛି ଭିଜିଲାନ୍ସ । ଗାଡି ଭଡା ବିଲ ବାବଦକୁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ I ସୂଚନାନୁସାରେ,ଅଭିଯୋଗକାରୀ ଜଣେ ଗାଡ଼ି ମାଲିକ। ତାଙ୍କ ଗାଡ଼ି ଏହି ଅଫିସରେ […]
ବ୍ରହ୍ମପୁର :ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୨ ସରକାରୀ ବାବୁ I ୨୦ ହଜାର ଟଙ୍କା ଲଂଚ ନେବାବେଳେ ଗଞ୍ଜାମ ଜିଲ୍ଲା ଆସିକା ଜଳସମ୍ପଦ ବିଭାଗ CAD ଡିଭିଜନ ନଂ-୮ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ ସେହି ଅଫିସର କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା ଙ୍କୁ ଧରିଛି ଭିଜିଲାନ୍ସ । ଗାଡି ଭଡା ବିଲ ବାବଦକୁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ I
ସୂଚନାନୁସାରେ,ଅଭିଯୋଗକାରୀ ଜଣେ ଗାଡ଼ି ମାଲିକ। ତାଙ୍କ ଗାଡ଼ି ଏହି ଅଫିସରେ ଭଡ଼ାରେ ଲାଗିଛି। ଗାଡ଼ି ଭଡ଼ା ବାବଦ ତାଙ୍କର ବକେୟା ବିଲ୍ ଗୁଡ଼ିକୁ କ୍ଲିୟର କରି ଦେବା ପାଇଁ ତାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ। ତେବେ ଏନେଇ ସେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ I ଯୋଜନାନୁସାରେ,ଆଜି ସେହି ଅଫିସର କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା ଗାଡି ମାଲିକଙ୍କ ଠାରୁ ଲାଞ୍ଚ ଟଙ୍କା ନେଉଥିବାବେଳେ ତାଙ୍କୁ ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ ଧରିଥିଲା I ଏହା ସହିତ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା I ଲାଞ୍ଚ କାରବାର ସମୟରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ସେଠାରେ ଉପସ୍ଥିତ ଥିଲେ।
ଲାଞ୍ଚକାରବାର ରେ ଜଡିତ ଥିବା ନେଇ ଉଭୟଙ୍କୁ ଧରିଛି ଭିଜିଲାନ୍ସ I କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇଙ୍କ ତିନିଟି ଠିକଣାରେ ଓ କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଦୁଇ ଅଧିକାରୀ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।




