ପୋଲିସ ବନ୍ଧୁକରୁ ଗୁଳି ଫୁଟି ୨ ମୃତ,୨ ଅଟକ

ସୋନପୁର : ବିନିକା ଚୁଲିମାଲରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟଣା । ଗତକାଲି ସନ୍ଧ୍ୟାରେ ଚୁଲିମାଲ ଗାଁରେ ପୋଲିସ ରିଭଲଭରରୁ ଗୁଳି ଫୁଟି ଜଣେ ପୋଲିସ କର୍ମଚାରୀ ଓ ଅନ୍ୟଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ମୃତକମାନେ ହେଲେ ମନୋଜ ଝାଙ୍କର (୩୦) ଓ ଶେଷଦେବ ଝାଙ୍କର (୨୮)। ମୃତଦେହ ନିକଟରୁ ମିଳିଛି ପୋଲିସ ସର୍ଭିସ ରିଭରବଲ । ମନୋଜ ସୁବର୍ଣ୍ଣପୁର ଜିଲ୍ଲା ପୁଲିସରେ କର୍ମଚାରୀ ଥିବାବେଳେ ଶେଷଦେବ ବିଧାୟକ ନିରଞ୍ଜନ ପୂଜାରୀଙ୍କ ପିଏସଓ ଥିଲେ […]

Samaya Live Picture
Published On

ସୋନପୁର : ବିନିକା ଚୁଲିମାଲରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟଣା । ଗତକାଲି ସନ୍ଧ୍ୟାରେ ଚୁଲିମାଲ ଗାଁରେ ପୋଲିସ ରିଭଲଭରରୁ ଗୁଳି ଫୁଟି ଜଣେ ପୋଲିସ କର୍ମଚାରୀ ଓ ଅନ୍ୟଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ମୃତକମାନେ ହେଲେ ମନୋଜ ଝାଙ୍କର (୩୦) ଓ ଶେଷଦେବ ଝାଙ୍କର (୨୮)। ମୃତଦେହ ନିକଟରୁ ମିଳିଛି ପୋଲିସ ସର୍ଭିସ ରିଭରବଲ । ମନୋଜ ସୁବର୍ଣ୍ଣପୁର ଜିଲ୍ଲା ପୁଲିସରେ କର୍ମଚାରୀ ଥିବାବେଳେ ଶେଷଦେବ ବିଧାୟକ ନିରଞ୍ଜନ ପୂଜାରୀଙ୍କ ପିଏସଓ ଥିଲେ ବୋଲି ଜଣାପଡିଛି । କେଉଁ ପରିସ୍ଥିତିରେ ସେ ଦୁଇଜଣଙ୍କର ମୃତ୍ୟୁ ଘଟିଲା ତାହାର ତଦନ୍ତ କରୁଛି ସୁବର୍ଣ୍ଣପୁର ପୋଲିସ। ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ଛାନବିନ ଚଳାଇଛି ପୋଲିସ ।

ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ମନୋଜ ଓ ଶେଷଦେବ ଗାଁ ନିକଟସ୍ଥ ଏକ ପଡ଼ିଆକୁ ଯାଇଥିଲେ। ତେବେ କିଛି ସମୟ ପରେ ସେଠାରେ ବଡ଼ ଶଦ୍ଦ ହୋଇଥିଲା। ଶଦ୍ଦ ଶୁଣି ଆଖପାଖର ଲୋକେ ଘଟଣାସ୍ଥଳ ପହଞ୍ଚିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନୋଜ ଓ ଶେଷଦେବଙ୍କୁ ସେଠାରେ ପଡିଥିବାର ଦେଖାଯାଇଥିଲା । ଏହାପରେ ଗ୍ରାମବାସୀଙ୍କ ସହାୟତାରେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଦ୍ବୟ ସଂପର୍କୀୟ ଭାଇ ବୋଲି ଜଣାଯାଇଛି।

ଗାଁ ଲୋକଙ୍କ କହିବା ଅନୁସାରେ ମନୋଜ ଓ ଶେଷଦେବଙ୍କ ସହ ଆଉ ଜଣେ ଯୁବକ ଘଟଣାସ୍ଥଳକୁ ଯାଇଥିଲେ । କିନ୍ତୁ ଘଟଣାସ୍ଥଳରୁ ତୃତୀୟ ବ୍ୟକ୍ତି ଫେରାର ଥିଲେ । ସୁବର୍ଣ୍ଣପୁର ଏସ୍‌ପି ୟଶପ୍ରତାପ ଶ୍ରୀମଲ ପୁଲିସ ଟିମ୍‌ ନେଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳରୁ ଏକ ପିସ୍ତଲ ଜବତ କରିଛନ୍ତି। ମୃତଦେହ ଜବତ କରି ପୋଷ୍ଟମର୍ଟ ପାଇଁ ପଠାଇଛନ୍ତି। ଦୁଇ ଜଣଙ୍କ ଶବ ବିନିକା ଡାକ୍ତରଖାନାରେ ରଖାଯାଇଛି । ଘଟଣାଟି ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବାରୁ ସମ୍ବଲପୁରରୁ ପୁଲିସ ଆଇ ଜି ଘଟଣାସ୍ଥଳକୁ ଆସୁଥିବା ସୂଚନା ମିଳିଛି । । ଏହି ଘଟଣାକୁ ନେଇ ଚୁଲିମାଲ ଗାଁରେ ଶୋକର ଛାୟା ଖେଳିଯାଇଛି।

Tags: