ନକଲି ସୁନା ଶଙ୍ଖ ଦେଇ ୨ ଠକ ଗିରଫ

କୋରାପୁଟ : କୋରାପୁଟ ପୋଲିସକୁ ବଡ଼ ସଫଳତା I ନକଲି ସୁନାଶଙ୍ଖ ନାଁରେ ପିତ୍ତଳଶଙ୍ଖ ଦେଇ ଠକିଥିବା ୨ ଅଭିଯୁକ୍ତ ଗିରଫ I ଏହା ସହ କୋରାପୁଟ ସଦର ପୋଲିସ ଠକ ମାନଙ୍କ ନିକଟରୁ ୫୦ ହଜାର ଟଙ୍କା ଓ ପ୍ରାୟ ୪ କେଜି ଓଜନର ପିତ୍ତଳ ଶଙ୍ଖ ଜବତ କରିଛି । ଏ ନେଇ କୋରାପୁଟ ଏସଡିପିଓ ଡ ଶ୍ରାବଣୀ ନାୟକ ସ୍ଥାନୀୟ ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । […]

Samaya Live Picture
Published On

କୋରାପୁଟ : କୋରାପୁଟ ପୋଲିସକୁ ବଡ଼ ସଫଳତା I ନକଲି ସୁନାଶଙ୍ଖ ନାଁରେ ପିତ୍ତଳଶଙ୍ଖ ଦେଇ ଠକିଥିବା ୨ ଅଭିଯୁକ୍ତ ଗିରଫ I ଏହା ସହ କୋରାପୁଟ ସଦର ପୋଲିସ ଠକ ମାନଙ୍କ ନିକଟରୁ ୫୦ ହଜାର ଟଙ୍କା ଓ ପ୍ରାୟ ୪ କେଜି ଓଜନର ପିତ୍ତଳ ଶଙ୍ଖ ଜବତ କରିଛି । ଏ ନେଇ କୋରାପୁଟ ଏସଡିପିଓ ଡ ଶ୍ରାବଣୀ ନାୟକ ସ୍ଥାନୀୟ ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ କୋରାପୁଟ ସଦର ଥାନା ଅନ୍ତର୍ଗତ ଲିଟି ମାଳିଗୁଡାର ଚିତ୍ରସେନ ଖୋସ୍ଲା (୩୮) ଓ ବିସିଂପୁର ଥାନା ଅନ୍ତର୍ଗତ ଭାଲିଆଗୁଡାର ମାନସ ଖରା (୨୨) । ସଦର ପୁଲିସ କେସ ନମ୍ବର– ୭୭,ଧାରା ୪୨୦ ଓ ୫୦୬ରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାନୁସାରେ, ନନ୍ଦପୁର ଥାନା ଖଡଗପୁଟ ଗ୍ରାମର ଧନପତି ଆରାଲ୍ୟେ ଏକ ଏନଜିଓରେ କାର୍ଯ୍ୟ କରନ୍ତି । ସେ କୋରାପୁଟରେ ଏକ କାର୍ଯ୍ୟକ୍ରମ କରୁଥିବା ବେଳେ ୨ ଠକଙ୍କ ସଂସ୍ପର୍ଶରେ ଆସିଥିଲେ । ସେହି ସମୟରେ ଚିତ୍ରସେନ,ଧନପତିଙ୍କୁ ଏକ ସୁନା ଶଙ୍ଖ ତାଙ୍କ ପାଖରେ ଅଛି ଯାହାର ମୂଲ୍ୟ ୪କୋଟି ଟଙ୍କା ହେବ କିନ୍ତୁ ସେ ସେହି ଶଙ୍ଖକୁ ୫ ଲକ୍ଷ ଟଙ୍କାରେ ବିକ୍ରି କରିବେ ବୋଲି ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବରେ ରାଜି ହୋଇ ଧନପତି ଜଣେ ବନ୍ଧୁଙ୍କ ଉପସ୍ଥିତିରେ ଉକ୍ତ ଶଙ୍ଖକୁ ଚିତ୍ରସେନ ଠାରୁ ୪ଲକ୍ଷ ୩୫ ହଜାର ଟଙ୍କା ଦେଇ କିଣିନେଇଥିଲେ । ପରେ ଭୂବନେଶ୍ୱରଠାରେ ସୁନା କାରିଗରଙ୍କ ପାଖରେ ଶଙ୍ଖ ଟିକୁ ଯାଞ୍ଚ କରିବା ବେଳେ ତାହା ପିତ୍ତଳ ବୋଲି ଜଣାପଡିଥିଲା । ତେବେ ଠକାମିର ଶିକାର ହେବାପରେ ଧନପତି,ଚିତ୍ରାସେନ୍ଙ୍କ ଠାରୁ ନିଜର ପଇସା ଫେରସ୍ତ ମାଗିଥିଲେ I ମାତ୍ର ସେ ସେ ଟଙ୍କା ନଫେରାଇବାରୁ ଧନପତି କୋରାପୁଟ ସଦର ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ I

କୋରାପୁଟ ସଦର ପୋଲିସ ଅଭିଯୋଗ ଆଧାରରେ ୭୭ ରେ କେଶ ରେଜିଷ୍ଟର କରିଥିଲା I ଏହାପରେ ଧାରା ୪୨୦ ଓ ୫୦୬ରେ ଘଟଣାର ତଦନ୍ତ କରି ଚିତ୍ରସେନ ଖୋସ୍ଲା ଓ ମାନସ ଖରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I ଏହି ଘଟଣାରେ ଆଉ କାହା କାହା ସହିତ ସମ୍ପୃକ୍ତି ରହିଛି,ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ I ତେବେ ତଦନ୍ତ ସମୟରେ ଚିତ୍ରସେନ ଖୋସ୍ଲା ଜଣେ ୱେବ ସାମ୍ବାଦିକ ବୋଲି ଜଣାପଡିଥିଲା ଏବଂ ସେ ଏହି ସୁନା ଶଙ୍ଖ ଦେଖାଇ ଅନେକ ଲୋକଙ୍କୁ ଠକିଥିବା ଜଣାପଡିଛି I

Tags: