୨ ବ୍ରାଉନସୁଗାର ବେପାରୀ ଗିରଫ

ପୁରୀ : ୨ ବ୍ରାଉନସୁଗାର ବେପାରୀ ଗିରଫ I ପୁରୀ ସହରରୁ ୨ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି I ସେମାନଙ୍କ ନିକଟରୁ ୫୨୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି I ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ I ଗିରଫ ହୋଇଥିବା ୨ ବେପାରୀ ହେଉଛନ୍ତି ଖୋର୍ଦ୍ଧା ଟାଉନ ଅନ୍ତର୍ଗତ ଗୁରୁଜଙ୍ଗା ଗାଁର ଦେବାଶିଷ ଦାସ ଓ ଶାଗୁଆନ ବଗିଚା ଗାଁର ଶୁଭମ ପଟ୍ଟନାୟକ I ୨ ବେପାରୀଙ୍କୁ ଗିରଫ କରି କୋର୍ଟ […]

Samaya Live Picture
Published On

ପୁରୀ : ୨ ବ୍ରାଉନସୁଗାର ବେପାରୀ ଗିରଫ I ପୁରୀ ସହରରୁ ୨ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି I ସେମାନଙ୍କ ନିକଟରୁ ୫୨୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି I ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ I ଗିରଫ ହୋଇଥିବା ୨ ବେପାରୀ ହେଉଛନ୍ତି ଖୋର୍ଦ୍ଧା ଟାଉନ ଅନ୍ତର୍ଗତ ଗୁରୁଜଙ୍ଗା ଗାଁର ଦେବାଶିଷ ଦାସ ଓ ଶାଗୁଆନ ବଗିଚା ଗାଁର ଶୁଭମ ପଟ୍ଟନାୟକ I ୨ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି I ଏମାନଙ୍କ ନିକଟରୁ ବ୍ରାଉନ ସୁଗାର ସହ ୨ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରାଯାଇଛି I ଏନେଇ ପୁରୀ ଏସପି ପିନାକୀ ମିଶ୍ର ପ୍ରେସମିଟ କରି ସୂଚନା ଦେଇଛନ୍ତି I

ସୂଚନାନୁସାରେ,ବୁଧୁବାର ସକାଳେ ପୁରୀ ତାଳବଣିଆ ହେଲିପ୍ୟାଡ଼ ଠାରେ ୩ ଯୁବକ ବ୍ରାଉନସୁଗାର ବେପାର କରିବାକୁ ଆସିଥିବା ନେଇ ସୂଚନା ମିଳିଥିଲା I ପରେ ପୁରୀ ସମୁଦ୍ରକୂଳ ଥାନା ପୋଲିସ ଓ ପୁରୀ ସ୍ପେଶାଲ ସ୍କ୍ୱାର୍ଡ ଟିମ ମିଳିତ ଚଢ଼ାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ରହିଛି I

Tags: