ଝାରସୁଗୁଡା ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାରେ ୨ ଗିରଫ
ଝାରସୁଗୁଡା : ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାରେ ୨ଗିରଫ । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଝାରସୁଗୁଡା ଟାଉନ ଥାନା ପୁଲିସ । ଝାରସୁଗୁଡା ସରବାହାଲର ବ୍ୟବସାୟୀ ସୁନିତ ଅଗ୍ରଓ୍ବାଲଙ୍କ ୧୫ ବର୍ଷର ପୁଅ ସମର୍ଥ ଅଗ୍ରଓ୍ବାଲଙ୍କୁ ଗତ ୨୭ ତାରିଖ ଦିନ ସନ୍ଧ୍ୟାରେ ଅପହରଣ କରାଯାଇଥିଲା । ପରେ ସମର୍ଥଙ୍କ ମୋବାଇଲରୁ ଫୋନ କରି ତାଙ୍କ ବାପାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ । ହେଲେ ପରଦିନ […]
ଝାରସୁଗୁଡା : ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାରେ ୨ଗିରଫ । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଝାରସୁଗୁଡା ଟାଉନ ଥାନା ପୁଲିସ । ଝାରସୁଗୁଡା ସରବାହାଲର ବ୍ୟବସାୟୀ ସୁନିତ ଅଗ୍ରଓ୍ବାଲଙ୍କ ୧୫ ବର୍ଷର ପୁଅ ସମର୍ଥ ଅଗ୍ରଓ୍ବାଲଙ୍କୁ ଗତ ୨୭ ତାରିଖ ଦିନ ସନ୍ଧ୍ୟାରେ ଅପହରଣ କରାଯାଇଥିଲା । ପରେ ସମର୍ଥଙ୍କ ମୋବାଇଲରୁ ଫୋନ କରି ତାଙ୍କ ବାପାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ । ହେଲେ ପରଦିନ ସକାଳୁ ସମର୍ଥଙ୍କ ଦରପୋଡ଼ା ଶବ ଉଦ୍ଧାର ହୋଇଥିଲା ।
ମାମଲାର ତଦନ୍ତ କରି ଝାରସୁଗୁଡା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଝାରସୁଗୁଡା ବିଜୁ ନଗରର ଅମିତ କୁମାର ଶର୍ମା ଓ ବଜ୍ରରାଜନଗରର ଗାନ୍ଧୀଛକର ଦିନେଶ ଅଗ୍ରଓ୍ବାଲ । ତେବେ ଟଙ୍କା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି ନା ଅନ୍ୟ କିଛି କାରଣ ରହିଛି ତାହାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଝାରସୁଗୁଡା ଏସପି । ଅପରାଧୀଙ୍କୁ ରିମାଣ୍ଡରେ ନେଇ ପୋଲିସ ଜେରା ବେଳେ ସବୁ ସତ ମାନିଛନ୍ତି ଅଭିଯୁକ୍ତ । ମୁଣ୍ଡ ଜାମିନ ପାଇଁ ହତ୍ୟା କରାଯାଇଥିଲା ନା ଅନ୍ୟ କିଛି କାରଣ ଥିଲା । ଝାରସୁଗୁଡ଼ା, ବରଗଡ଼ ଏବଂ ସମ୍ବଲପୁର ୩ଟି ଜିଲ୍ଲାରେ ଚାଲିଛି ଖୋଳତାଡ଼ । ଘଟଣା ପଛରେ କେବଳ ଟଙ୍କା ଥିଲା ନା’ ଆଉ କିଛି ଉଦ୍ଦେଶ୍ୟ, ପରଦା ଉଠାଇବା ପାଇଁ ଚାଲିଛି ଉଦ୍ୟମ ।




