ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨/୨ ଆତଙ୍କବାଦୀ

ଶ୍ରୀନଗର : ସୁରକ୍ଷାକର୍ମୀ ଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ I ରବିବାର ଦିନ ଜମ୍ମୁ-କାଶ୍ମୀରର ଡିଭିଜନର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ସୁରକ୍ଷା ବାହିନୀ ଲଶ୍କର-ଏ-ତାଇବା ର ୨ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଏହା ସହିତ ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି I ସେହିପରି ଆଜି ସକାଳୁ ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ୨ ଆତଙ୍କବାଦୀ ନିହତ ହୋଇଛନ୍ତି। […]

Samaya Live Picture
Published On

ଶ୍ରୀନଗର : ସୁରକ୍ଷାକର୍ମୀ ଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ I ରବିବାର ଦିନ ଜମ୍ମୁ-କାଶ୍ମୀରର ଡିଭିଜନର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ସୁରକ୍ଷା ବାହିନୀ ଲଶ୍କର-ଏ-ତାଇବା ର ୨ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଏହା ସହିତ ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି I ସେହିପରି ଆଜି ସକାଳୁ ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନଙ୍କ ସମ୍ପର୍କରେ ସୂଚନା ପାଇ ପୁଲିସ ଓ ସୁରକ୍ଷା ବଳ ମିଳିତ ଭାବେ ଉକ୍ତ ଅଞ୍ଚଳକୁ କର୍ଡନ୍‌ କରିଥିଲେ। ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରିବା ସହ ତଲାସି ଅଭିଯାନ ଆରମ୍ଭ କରିଥିଲେ।

ସମ୍ପୃକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀ ତଲାସି କରିବା ସମୟରେ ଆତଙ୍କବାଦୀ ସେମାନଙ୍କ ଉପରକୁ ଗୁଳିଚାଳନା ଆରମ୍ଭ କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିଚାଳନାରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ତଲାସି ଅଭିଯାନ ଜାରି ରହିଛି। ସେହିପରି ରବିବାର ରାତିରୁ ଆରମ୍ଭ ହୋଇଥିବା ଏନ୍‌କାଉଣ୍ଟର୍‌ ଏପର୍ଯ୍ୟନ୍ତ ଜାରି ରହିଛି ।

ଏ ସଂପର୍କରେ ଏଡିଜିପି କାଶ୍ମୀର ବିଜୟ କୁମାର କହିଛନ୍ତି ଯେ ନିହତ ଆତଙ୍କବାଦୀ ନାସିର ଅହମ୍ମଦ ଭଟ ବୋଲି ଜଣାପଡିଛି । ଏବଂ ଆଉ ଜଣଙ୍କ ପରିଚୟ ମିଳି ପାରିନାହିଁ I ଏହି ଦୁଇ ଜଣ ନାଉପୋର ଶୋପିଆନ୍ ର ବାସିନ୍ଦା ଥିଲେ ଏବଂ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବା ସହିତ ଜଡିତ ଥିଲେ I ତାଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ସହିତ AK 47 ଜବତ ହୋଇଛି । ଏହା ପୂର୍ବରୁ ମଧ୍ୟ ସେମାନେ ଅନେକ ଆତଙ୍କବାଦୀ ଅପରାଧରେ ଜଡିତ ଥିଲେ ।

Tags: