୧୪ କୋଟି ଟଙ୍କାର ସାଇବର ଠକେଇ ,EOW ପଞ୍ଝାରେ ଠକ

ଭୁବନେଶ୍ୱର : EOW ପଞ୍ଝାରେ ସାଇବର ଠକ I ୧୪ କୋଟି ଟଙ୍କା ଲୁଟି ନେବା ଅଭିଯୋଗରେ ଉତ୍ତର ପ୍ରଦେଶର ଏହି ସାଇବର ଠକକୁ ବାନ୍ଧିଛି ଭୁବନେଶ୍ୱର EOW I ତାଙ୍କ ନାଁ କାରଣ କୁମାର ସିଂ I ତାଙ୍କୁ ଦିଲ୍ଲୀ ନୋଇଡାରୁ ଗିରଫ କରି ଭୁବନେଶ୍ୱର ଆଣାଯାଇଛି I ସୂଚନାନୁସରେ,ଉତ୍ତର ପ୍ରଦେଶ ଦୁଇ ଭାଇ ,କିରଣ ସିଂ ଓ ତାଙ୍କ ଭାଇ ଲାଲୁ ପେ ୱାନ ଡିଜିଟାଲ ସର୍ଭିସର ଅଧକ୍ଷ I ଭୁବନେଶ୍ୱରର ‘I ServeU […]

Samaya Live Picture
Published On

ଭୁବନେଶ୍ୱର : EOW ପଞ୍ଝାରେ ସାଇବର ଠକ I ୧୪ କୋଟି ଟଙ୍କା ଲୁଟି ନେବା ଅଭିଯୋଗରେ ଉତ୍ତର ପ୍ରଦେଶର ଏହି ସାଇବର ଠକକୁ ବାନ୍ଧିଛି ଭୁବନେଶ୍ୱର EOW I ତାଙ୍କ ନାଁ କାରଣ କୁମାର ସିଂ I ତାଙ୍କୁ ଦିଲ୍ଲୀ ନୋଇଡାରୁ ଗିରଫ କରି ଭୁବନେଶ୍ୱର ଆଣାଯାଇଛି I

ସୂଚନାନୁସରେ,ଉତ୍ତର ପ୍ରଦେଶ ଦୁଇ ଭାଇ ,କିରଣ ସିଂ ଓ ତାଙ୍କ ଭାଇ ଲାଲୁ ପେ ୱାନ ଡିଜିଟାଲ ସର୍ଭିସର ଅଧକ୍ଷ I ଭୁବନେଶ୍ୱରର ‘I ServeU Technology Pvt Ltd’ ଏବଂ ପେ ୱାନ କମ୍ପାନୀ ସହିତ ଡିଜିଟାଲ ସର୍ଭିସ ଦେବାପାଇଁ ଚୁକ୍ତି ହୋଇଥିଲା I ତେବେ କରଣ ସିଂ ଙ୍କ ‘ପେ ୱାନ ଡିଜିଟାଲ ସର୍ଭିସ’ ‘I Serve U ର କ୍ୟୁ.ଆର କୋଡ଼ ସ୍କାନିଂ କରି ପ୍ରାୟ ୧୨୫ ଟି ଆକାଉଣ୍ଟରୁ ପାଖାପାଖି ୧୪.୩୫ ଲକ୍ଷ ଟଙ୍କା ଠକି ନେଇଥିଲେ I ଏନେଇ କମ୍ପାନୀର ମୁଖ୍ୟ ବୈଷୟିକ ଅଧିକାରୀ ସଞ୍ଜୀବ କୁମାର ପରିଡ଼ା ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ EOW ମାମଲା ରୁଜୁ କରିଥିଲା।

ଗତ ଜୁନ୍ ୬ ମାସରେ ଅଭିଯୋଗକାରୀ କମ୍ପାନୀ ଜାଣିବାକୁ ପାଇଥିଲା ଯେ ଏକ ବ୍ୟାଙ୍କ ଆକାଉଣ୍ଟରେ ଥିବା ଏହାର ଅର୍ଥର ଅସ୍ୱାଭାବିକ ଭାବେ ହ୍ରାସ ପାଇଛି। ଖୋଳତାଡ଼ କରିବା ପରେ ଜଣାପଡ଼ିଥିଲା ଯେ କରଣ କୁମାର ସିଂହ ଓ ଲାଲୁ ସିଂହ ‘I ServeU Technology Pvt Ltd’ର କ୍ୟୁଆର କୋଡ୍‌ରେ ଚଞ୍ଚକତା କରି ୧୪.୩୩ କୋଟି ଟଙ୍କା ହଡ଼ପ କରି ନେଇଛି। ଉକ୍ତ ଟଙ୍କାକୁ ସେମାନେ ଭିନ୍ନ ଭିନ୍ନ ୧୨୫ଟି ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ।

Tags: