୧୩ ମାଓବାଦୀ ଗିରଫ,ବିପୁଳ ଅସ୍ତ୍ର ଶସ୍ତ୍ର ଜବତ
ମାଲକାନଗିରି : ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା । ସର୍ଚ୍ଚ ଅପରେସନ ବେଳେ ୧୩ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା ବାହିନୀ । ଗିରଫ ମାଓବାଦୀ ମଧ୍ୟରେ ଜଣଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଏହି ସଫଳତା । ଖବର ଅନୁଯାୟୀ, ଛତିଶଗଡ଼ ଉସୁର ଥାନା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ […]
ମାଲକାନଗିରି : ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା । ସର୍ଚ୍ଚ ଅପରେସନ ବେଳେ ୧୩ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା ବାହିନୀ । ଗିରଫ ମାଓବାଦୀ ମଧ୍ୟରେ ଜଣଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଏହି ସଫଳତା ।
ଖବର ଅନୁଯାୟୀ, ଛତିଶଗଡ଼ ଉସୁର ଥାନା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ଲଗାଉଥିବା ବେଳେ ୭ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ସେହିପରି ବାସାଗୁଡ଼ା ଥାନା ଅଞ୍ଚଳରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା ଅଭିଯୋଗରେ ୬ ଜଣ ମାଓବାଦୀ ଗିରଫ ହୋଇଛନ୍ତି । ଡିଆର୍ଜି, କୋବ୍ରା, ସିଆର୍ପିଏଫ୍ ବାହିନୀର ମିଳିତ ଅପରେସନ ବେଳେ ବିଜାପୁରର ବିଭିନ୍ନ ସ୍ଥାନରୁ ଏହି ସବୁ ମାଓବାଦୀ ଗିରଫ ହୋଇଛି । ସର୍ବମୋଟ ୧୩ ଜଣ ମାଓବାଦୀ ଏବେ ପୋଲିସ ହେପାଜତରେ । ଏହାସହିତ ସେମାନଙ୍କ ନିକଟରୁ କିଛି ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ସୁରକ୍ଷାକର୍ମୀ ଏବଂ ପୋଲିସ ପକ୍ଷରୁ ମାଓ ଦମମକୁ ଜୋରଦାର କରାଯାଇଛି । କିଛି ଦିନ ତଳେ ୧୬ ଜଣ ମାଓବାଦୀ ପୋଲିସ ଏନ୍କାଉଣ୍ଟରରେ ନିହତ ହୋଇଥିଲେ । ଯଦି ଆମେ ଏକ ମାସ ମଧ୍ୟରେ ଦେଖିବା, ତେବେ ପୋଲିସ ଅପରେସନରେ ୧୦୦ରୁ ଅଧିକ ମାଓବାଦୀ ନିହତ ହୋଇସାରିଲେଣି ।




