ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ

ସମ୍ବଲପୁର : ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ। ବରଗଡ଼ କୁର୍ଲା ଜଙ୍ଗଲୁ କ୍ଷତାକ୍ତ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସଚେତନ ନାଗରିକ ମଂଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବରଗଡ଼ରେ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିଛି। ସମସ୍ତ ଦୋକାନ ବଜାର […]

Samaya Live Picture
Published On

ସମ୍ବଲପୁର : ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ। ବରଗଡ଼ କୁର୍ଲା ଜଙ୍ଗଲୁ କ୍ଷତାକ୍ତ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସଚେତନ ନାଗରିକ ମଂଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବରଗଡ଼ରେ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିଛି। ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତକ ତଥା ସାମାଜିକ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇଛି। ବରଗଡ଼ ଗାନ୍ଧୀଛକ, ଭଟଲୀ ଛକ , ଡାଙ୍ଗ ଛକ ଆଦି ବିଭିନ୍ନ ଛକରେ ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରିବା ସହ ନାରାବାଜି କରିଛନ୍ତି । ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଏହି ବନ୍ଦରେ ସାମିଲ ହୋଇଛନ୍ତି। ତେବେ ବନ୍ଦ ଡାକରା ସମୟରେ ବିକ୍ଷୋଭ ସ୍ଥଳରେ ଉତ୍ତେଜନା ଦେଖାଦେଇଛି । କୋର୍ଟ ସମ୍ମୁଖରେ ବିକ୍ଷୋଭକାରୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ଏବେ ବି ସେ ବୁର୍ଲା ବଡ଼ ଡାକ୍ତରଖାନା (ଭିମ୍‌ସାର)ରେ ପୀଡ଼ିତା ଚିକିତ୍ସାଧୀନ ଅଛନ୍ତି। ଗତକାଲି ଏହି ଘଟଣାରେ ପୁଲିସ୍‌ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନେ ହେଲେ ବିଜେପୁର ଥାନା ପୁଟକା ଗ୍ରାମର ସର୍ଜନ ଡନସେନା (୩୬) ଓ ପ୍ରହଲ୍ଲା ଦାସ (୩୩), ପଦ୍ମପୁର ଉପଖଣ୍ଡ ଧୂମାଭଟାର ଜୟକୃଷ୍ଣ ଡନସେନା (୪୦)। ଅନ୍ୟପକ୍ଷରେ ଯୁବତୀଙ୍କ ପ୍ରତି ଦୁଷ୍କର୍ମ ହୋଇନାହିଁ ବୋଲି ଭିମ୍‌ସାର ଅଧୀକ୍ଷକ ଡା.ଲାଲମୋହନ ନାୟକ ଆଜି ସ୍ପଷ୍ଟ କରିଛନ୍ତି।

ସୂଚନାନୁସାରେ,ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସିଥିବା ବେଳେ ଗତ ୧୨ ତାରିଖରେ ଯୁବତୀ ଜଣକ ନିଖୋଜ ହୋଇଯାଇଥିଲେ । ନିଖୋଜର ୩୬ ଘଣ୍ଟା ପରେ ୧୪ ତାରିଖରେ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ନିଖୋଜ ଦିନ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଯୁବତୀ ଉଦ୍ଧାର ପରେ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ହୋଇଥିବା ନେଇ ଅଭିଯୋଗ କରିଥିଲେ । ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବରଡ଼ୋଳ ଛକରେ ଗ୍ରାମବାସୀଙ୍କ ରାସ୍ତାରୋକ କରିଥିଲା । ୪୮ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତ ଗିରଫ ହେବେ ବୋଲି ପୁଲିସ୍‌ ପ୍ରତିଶ୍ରୁତି ଦେଇଥିଲା । ତେବେ ଗତକାଲି ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବରଗଡ଼ ପୋଲିସ । ଏବେବି ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି। ଏଥିରେ ବିଫଳ ହେବା ପରେ ଶନିବାର ସର୍ବଦଳୀୟ ବୈଠକରେ ବରଗଡ଼ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

Tags: