କିଡ଼ନୀ ରାକେଟ, ଠକିନେଲେ ୧୨.୫୦ ଲକ୍ଷ

କଟକ : ବଢୁଛି କିଡ଼ନୀ ଠକଙ୍କ ପ୍ରାଦୁର୍ଭାବ I କିଡ଼ନୀ ଦେବାକୁ କହି ଠକିନେଲେ ୧୨.୫୦ ଲକ୍ଷ I କଟକ ରାଣୀହାଟ ଅଞ୍ଚଳରୁ ଏଭଳି ଠକେଇ ହୋଇଥିବା ଜଣ ପଡିଛି I ଏନେଇ କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି ପୀଡିତI I ତେବେ କିଡ଼ନୀ ପାଇଁ ତାଙ୍କ ନେଇଥିବା ଠକକୁ ଧରି ପୋଲିସରେ ଜିମା ଦେଇଛନ୍ତି ଲୋକେ I ଘଟନାନୁସାରେ,କେନ୍ଦୁଝର ଜିଲ୍ଲା ଅଞ୍ଚଳର କୁଟୁଲୁ କୁମାର ମାଝୀ କିଡନୀଜନିତ ରୋଗରେ ପିଡୀତ ହୋଇ କଟକ ଏସସିବି […]

Samaya Live Picture
Published On

କଟକ : ବଢୁଛି କିଡ଼ନୀ ଠକଙ୍କ ପ୍ରାଦୁର୍ଭାବ I କିଡ଼ନୀ ଦେବାକୁ କହି ଠକିନେଲେ ୧୨.୫୦ ଲକ୍ଷ I କଟକ ରାଣୀହାଟ ଅଞ୍ଚଳରୁ ଏଭଳି ଠକେଇ ହୋଇଥିବା ଜଣ ପଡିଛି I ଏନେଇ କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି ପୀଡିତI I ତେବେ କିଡ଼ନୀ ପାଇଁ ତାଙ୍କ ନେଇଥିବା ଠକକୁ ଧରି ପୋଲିସରେ ଜିମା ଦେଇଛନ୍ତି ଲୋକେ I

ଘଟନାନୁସାରେ,କେନ୍ଦୁଝର ଜିଲ୍ଲା ଅଞ୍ଚଳର କୁଟୁଲୁ କୁମାର ମାଝୀ କିଡନୀଜନିତ ରୋଗରେ ପିଡୀତ ହୋଇ କଟକ ଏସସିବି ମେଡିକାଲର ନେଫ୍ରୋଲୋଜି ବିଭାଗରେ ଡାକ୍ତରଙ୍କୁ ପରାମର୍ଶ କରିଥିଲେ । ଡାକ୍ତର ତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପରେ କୁଟୁଲୁଙ୍କ ୨ଟି ଯାକ କିଡନୀ ଖରାପ ହୋଇଥିବା ଜଣାପଡିଥିଲା । ଏଥିପାଇଁ ତାଙ୍କୁ ପ୍ରଥମେ ଗୋଟିଏ କିଡ଼ନୀ ପ୍ରତିରୋପଣ କରିବାକୁ କହିଥିଲେ ଡାକ୍ତର I ହେଲେ କିଡ଼ନୀ ପାଇଁ ପରିବାର ଲୋକେ ବ୍ୟସ୍ତ ହେଉଥିବାବେଳେ କିଡନୀ ଯୋଗାଇ ଦେବା ପାଇଁ ବାଲେଶ୍ବର ଅଞ୍ଚଳରେ ରହୁଥିବା ମାର୍କଣ୍ଡ ନାଥ ଓ ତାଙ୍କ ପତ୍ନୀ ଶାନ୍ତିଲତା ନାଥ ସଂସ୍ପର୍ଶରେ ଆସିଥିଲେ କୁଟୁଲୁ ମାଝୀ ଏବଂ ତାଙ୍କ ପତ୍ନୀ । ଉଭୟଙ୍କ ମଧ୍ୟରେ ଯୋଗାଯୋଗ ହେବା ପରେ ଟଙ୍କା ଦେଲେ କିଡନୀ ଦେବାକୁ କୁଟୁଲୁଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଅଭିଯୁକ୍ତ ମାର୍କଣ୍ଡ ନାଥ ଓ ତାଙ୍କ ପତ୍ନୀ। ପ୍ରତିଶ୍ରୁତି ପାଇବା ପରେ କୁଟୁଲୁ ମାର୍କଣ୍ଡଙ୍କୁ ବିଭିନ୍ନ ପର୍ଯ୍ୟାୟରେ ୧୨ ଲକ୍ଷ ୫୦ ହଜାର ଟଙ୍କା ଦେଇଥିବା କହିଛନ୍ତି । କିନ୍ତୁ ବର୍ଷେ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଶାନ୍ତିଲତା ନାଥ କିଡନୀ କିମ୍ବା ଟଙ୍କା ଫେରସ୍ତ ନ କରି ଠକିଥିବା ଅଭିଯୋଗ କରିଛନ୍ତି କୁଟୁଲୁଙ୍କ ପତ୍ନୀ। ଏଇଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଥିବାବେଳେ,ଉଭୟ ଠକ ଦମ୍ପତିଙ୍କୁ ଧରି ମଙ୍ଗଳବାଗ ଥାନା ପୋଲିସର ଜିମା ଦେଇଛନ୍ତି ଲୋକେ । ଏହି ଘଟଣାକୁ ନେଇ ଏବଂ ଏହି ରାକେଟରେ ଆଉ କିଏ କିଏ ସାମିଲ ଅଛନ୍ତି ମଙ୍ଗଳବାଗ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Tags: