ପେଟ୍ରୋଲିଂ ସମୟରେ ୧୧ ଖଣ୍ଡ ଶାଗୁଆନ କାଠ ଜବତ
ଗଜପତି :ଜବତ ହେଲା ୧୧ ଖଣ୍ଡ ଶାଗୁଆନ କାଠ l ଘଟଣାଟି ଗଜପତି ଜିଲ୍ଲା ଅଡବା ଥାନା ନଡ଼ମା ଜଙ୍ଗଲ ରାସ୍ତାରେ ଘଟିଛି l ତଥ୍ୟାନୁସାରେ, ଅଡବା ଥାନା ନଡ଼ମା ଜଙ୍ଗଲ ରାସ୍ତାରେ ମୋହନା ବନ ବିଭାଗ ପେଟ୍ରୋଲିଂ ସମୟରେ ଏକ ଗାଡ଼ିରୁ ୧୧ ଖଣ୍ଡ ଶାଗୁଆନ କାଠ ଗଣ୍ଡି ଜବତ କରିଛି l ବିଷେଶ ସୁତ୍ରରୁ ଖବର ପାଇ ମୋହନା ବନ ଅଧିକାରୀଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା l ଚଢ଼ାଉ ସମୟରେ ମାଫିଆ ମାନେ ଫେରାର […]
ଗଜପତି :ଜବତ ହେଲା ୧୧ ଖଣ୍ଡ ଶାଗୁଆନ କାଠ l ଘଟଣାଟି ଗଜପତି ଜିଲ୍ଲା ଅଡବା ଥାନା ନଡ଼ମା ଜଙ୍ଗଲ ରାସ୍ତାରେ ଘଟିଛି l
ତଥ୍ୟାନୁସାରେ, ଅଡବା ଥାନା ନଡ଼ମା ଜଙ୍ଗଲ ରାସ୍ତାରେ ମୋହନା ବନ ବିଭାଗ ପେଟ୍ରୋଲିଂ ସମୟରେ ଏକ ଗାଡ଼ିରୁ ୧୧ ଖଣ୍ଡ ଶାଗୁଆନ କାଠ ଗଣ୍ଡି ଜବତ କରିଛି l ବିଷେଶ ସୁତ୍ରରୁ ଖବର ପାଇ ମୋହନା ବନ ଅଧିକାରୀଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା l ଚଢ଼ାଉ ସମୟରେ ମାଫିଆ ମାନେ ଫେରାର ହୋଇଯାଇଥିବା ବେଳେ ଗାଡି ସହ କାଠ ଗଣ୍ଡି ଜବତ କରିବାରେ ସକ୍ଷମ ହୋଇଛି ବନ ବିଭାଗ l ଜବତ କାଠ ଗଣ୍ଡି ଗଜପତି ରୁ ଗଞ୍ଜାମ ଚାଲାଣ କରାଯାଉଥିବା ଜଣାପଡିଛି l ତେବେ ଏହାର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ମୋହନା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l




