ସମୁଦ୍ର ମଝିରେ ବନ ବିଭାଗ ଟ୍ରଲରକୁ ଘେରିଲେ ୧୧ ଟି ମାଫିଆ ଟ୍ରଲର
କେନ୍ଦ୍ରାପଡା : ମଝି ସମୁଦ୍ରରେ ଅଘଟଣ I ବନ ବିଭାଗର ପାଟ୍ରୋଲିଂ ଟ୍ରଲରକୁ ଘେରିଲେ ମାଫିଆ ଟ୍ରଲର I ମାଫିଆ ମାନେ ୧୧ ଟି ଟ୍ରଲର ରେ ମଝି ସମୁଦ୍ରରେ ବନ୍ଧୁକ ଦେଖାଇ ବନ ବିଭାଗ ଟିମକୁ ଘେରିଥିଲେ । ଗତକାଲି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ଘଟିଛି ଏହି ଅଘଟଣ I ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ ରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ପଇଁତରା ମାରୁଛନ୍ତି ବନ ବିଭାଗ କର୍ମଚାରୀ । ଗତକାଲି ପ୍ରାୟ ୧୭ଟି ଟ୍ରଲରରେ […]
କେନ୍ଦ୍ରାପଡା : ମଝି ସମୁଦ୍ରରେ ଅଘଟଣ I ବନ ବିଭାଗର ପାଟ୍ରୋଲିଂ ଟ୍ରଲରକୁ ଘେରିଲେ ମାଫିଆ ଟ୍ରଲର I ମାଫିଆ ମାନେ ୧୧ ଟି ଟ୍ରଲର ରେ ମଝି ସମୁଦ୍ରରେ ବନ୍ଧୁକ ଦେଖାଇ ବନ ବିଭାଗ ଟିମକୁ ଘେରିଥିଲେ । ଗତକାଲି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ଘଟିଛି ଏହି ଅଘଟଣ I
ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ ରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ପଇଁତରା ମାରୁଛନ୍ତି ବନ ବିଭାଗ କର୍ମଚାରୀ । ଗତକାଲି ପ୍ରାୟ ୧୭ଟି ଟ୍ରଲରରେ ଜଳ ଦସ୍ୟୁମାନେ ହୁକିଟୋଲା ଫ୍ରଣ୍ଟ ନିଷିଦ୍ଧାଞ୍ଚଳକୁ ଯାଇ ବେଆଇନ ଭାବେ ମାଛ ମାରୁଥିଲେ। ଏହାଦେଖି ଫରେଷ୍ଟର ମଦନ ହାଁସଦାଙ୍କ ନେତୃତ୍ୱରେ ବଜରଙ୍ଗବାଲୀ ଟ୍ରଲରରେ ବନ ବିଭାଗ କର୍ମଚାରୀ ଗହୀରମଥାରେ ପାଟ୍ରୋଲିଂ କରୁଥିବା ୧୧ ଜଣିଆ ଟିମ୍ ଏକ ଟ୍ରଲରରେ ସେଠାରେ ପହଞ୍ଚିଥିଲେ। ବନ କର୍ମଚାରୀ ଏହି ମାଫିଆଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ I ମାଫିଆମାନେ ଏକ ସାଙ୍ଗରେ ୧୧ ରୁ ଉର୍ଦ୍ଧ୍ବ ଟ୍ରଲରରେ ଆସି ବନ କର୍ମଚାରୀଙ୍କୁ ଘେରି ଯାଇଥିଲେ । ବନ କର୍ମଚାରୀ ଟିମ ସେହି ସମୟରେ ଡିଏଫଓ ଏବଂ ଏସପିଙ୍କୁ ଏସଂପର୍କରେ ଜଣାଇବା ପରେ ଫାଙ୍କା ଗୁଳି ଚାଳନା କରିବାକୁ ଅନୁମତି ମିଳିଥିଲା । ଏହା ପରେ ଅନ୍ୟ ପେଟ୍ରୋଲିଂ ଟିମ୍ ସେଠାରେ ପହଞ୍ଚି ଯିବାରୁ ବନ କର୍ମଚାରୀମାନେ ବର୍ତିଯାଇଥିଲେ ।
ଏନେଇ ଟ୍ରଲର ମାଲିକଙ୍କ ନାମରେ ଧାମରା ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପୁଲିସ୍ କେବଳ ଘଟଣାସ୍ଥଳ ବୁଲି ଆସି ତଦନ୍ତ ସାରିଛି। ତେବେ ଅଭିଯୁକ୍ତଙ୍କ ପତ୍ତା ମିଳି ପାରିନି।




