ଦଶମ ଶ୍ରେଣୀ ଛାତ୍ରଙ୍କୁ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଛୁରାମାଡ଼

ପୁରୀ : ସ୍କୁଲ ପରିସରରେ ଦୁଇ ଛାତ୍ରଙ୍କ ମଧ୍ୟରେ ଛୁରା ମାଡ଼ I ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆଉଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ମାରି ଗୁରୁତର ଆହତ କରିଛି I ପୁରୀ ପୁଲିସ ହାଇସ୍କୁଲରେ ଘଟିଛି ଏହି ଘଟଣା। ଆହତ ଛାତ୍ର ଦଶମ ଶ୍ରେଣୀ ଛାତ୍ର ହେଉଛନ୍ତି ମୁନା ସାହୁ। ରେଡକ୍ରସ ରୋଡର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଦଶମ ଶ୍ରେଣୀର ମୁନା ସାହୁଙ୍କୁ ଛୁରାମାଡ କରିଥିବା ଜଣାପଡିଛି। ମୁନା ସାହୁଙ୍କ ଛତ୍ରରେ ଗୁରୁତର […]

Samaya Live Picture
Published On

ପୁରୀ : ସ୍କୁଲ ପରିସରରେ ଦୁଇ ଛାତ୍ରଙ୍କ ମଧ୍ୟରେ ଛୁରା ମାଡ଼ I ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆଉଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ମାରି ଗୁରୁତର ଆହତ କରିଛି I ପୁରୀ ପୁଲିସ ହାଇସ୍କୁଲରେ ଘଟିଛି ଏହି ଘଟଣା। ଆହତ ଛାତ୍ର ଦଶମ ଶ୍ରେଣୀ ଛାତ୍ର ହେଉଛନ୍ତି ମୁନା ସାହୁ। ରେଡକ୍ରସ ରୋଡର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଦଶମ ଶ୍ରେଣୀର ମୁନା ସାହୁଙ୍କୁ ଛୁରାମାଡ କରିଥିବା ଜଣାପଡିଛି। ମୁନା ସାହୁଙ୍କ ଛତ୍ରରେ ଗୁରୁତର ଆଘାତ ଲାଗିଛି I ଆହତ ନାବାଳକ ଛାତ୍ରଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ତେବେ ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଛୁରାମାଡ଼ କରିଥିବା ଛାତ୍ର ଫେରାର ଥିବାବେଳେ କୁମ୍ଭାରପଡ଼ା ଥାନା ପୁଲିସର ଛାନଭିନ୍ ଆରମ୍ଭ କରିଛି।

Tags: