ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲଦଣ୍ଡ ସହ ଜୋରିମାନା

କେନ୍ଦୁଝରଗଡ଼: ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲଦଣ୍ଡାଦେଶ I କେନ୍ଦୁଝର ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍‌‌ କୋର୍ଟ ବିଚାରପତି ଶୁକ୍ରବାର ଏହି ଦଣ୍ଡାଦେଶ ଶୁଣାଇଛନ୍ତି I ଏହା ସହିତ ୧୦ ହଜାର ଟଙ୍କା ଜୋରିମାନା ହୋଇଛି I ତେବେ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ନିର୍ଦେଶ ହୋଇଛି I ଅଭିଯୁକ୍ତ ଜଣକ ହେଉଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା କାମେଶ୍ୱରପୁର ଗ୍ରାମର ଶରତ ମୁଣ୍ଡା I ସେ ୨୦୨୦ ଏପ୍ରିଲ ୨୦ ରେ ଜଣେ […]

Samaya Live Picture
Published On

କେନ୍ଦୁଝରଗଡ଼: ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲଦଣ୍ଡାଦେଶ I କେନ୍ଦୁଝର ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍‌‌ କୋର୍ଟ ବିଚାରପତି ଶୁକ୍ରବାର ଏହି ଦଣ୍ଡାଦେଶ ଶୁଣାଇଛନ୍ତି I ଏହା ସହିତ ୧୦ ହଜାର ଟଙ୍କା ଜୋରିମାନା ହୋଇଛି I ତେବେ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ନିର୍ଦେଶ ହୋଇଛି I ଅଭିଯୁକ୍ତ ଜଣକ ହେଉଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା କାମେଶ୍ୱରପୁର ଗ୍ରାମର ଶରତ ମୁଣ୍ଡା I ସେ ୨୦୨୦ ଏପ୍ରିଲ ୨୦ ରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଧମକ ଚମକ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା I

ସୂଚନାନୁସାରେ,ପୀଡିତା ନାବାଳିକା ଜଣକ କାଠ ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବାବେଳେ I ଶରତ ତାଙ୍କୁ ଦୁଷ୍କର୍ମ କରିଥିଲା I ଏପରିକି ଏହି କଥା ବାହାରେ ପ୍ରଘଟ କଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲା I ତେବେ ନାବାଳିକା ଜଣକ ଗର୍ଭବତୀ ହେବା ପରେ ଏହା ଜଣା ପଡିଥିଲା I ଏନେଇ ପୀଡ଼ିତାଙ୍କ ମାଆ ୩ ମେ’ ୨୦୨୦ରେ ସ୍ଥାନୀୟ ଥାନାରେ ଅଭିଯୋଗ କରିବାଟଁ୫ହିଲେ I ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଶରତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଏହି ମାମଲାରେ ମୋଟ ୧୮ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଶୁକ୍ରବାର କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତ ଶରତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି I ଏଥିସହ ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଜିଲା ଆଇନ ସେବା ପ୍ରାଧିକରଣକୁ ସୁପାରିଶ କରିଛନ୍ତି। ପୀଡ଼ିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି. ଜ୍ଞାନେନ୍ଦ୍ରନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ।

Tags: