ଖଲ୍ଲିକୋଟରେ ରାଜନୈତିକ ହିଂସାରେ ୧ ମୃତ ,୮ ଗିରଫ

ଛତ୍ରପୁର : ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଖାଲ୍ଲିକୋଟରେ ଦେଖାଦେଇଛି ନିର୍ବାଚନୀ ହିଂସା I ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮ ଜଣଙ୍କୁ ଗିରଫ କରିଛି ପୋଲିସ I ଗତକାଲି ସନ୍ଧ୍ୟାରେ ଖଲ୍ଲିକୋଟର ଶ୍ରୀକୃଷ୍ଣଶରଣପୁରରେ ଦେଖାଦେଇଥିଲା ରାଜନୈତିକ ହିଂସାକାଣ୍ଡ I ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ବିଜେପି କର୍ମୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଥିଲେ I ସୂଚନାନୁସାରେ,ବୁଧବାର ରାତିରେ ବିଜେପି କର୍ମୀମାନେ ଶ୍ରୀକୃଷ୍ଣ ସରଣପୁର ଗାଁର ରାମ […]

Samaya Live Picture
Published On

ଛତ୍ରପୁର : ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଖାଲ୍ଲିକୋଟରେ ଦେଖାଦେଇଛି ନିର୍ବାଚନୀ ହିଂସା I ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮ ଜଣଙ୍କୁ ଗିରଫ କରିଛି ପୋଲିସ I ଗତକାଲି ସନ୍ଧ୍ୟାରେ ଖଲ୍ଲିକୋଟର ଶ୍ରୀକୃଷ୍ଣଶରଣପୁରରେ ଦେଖାଦେଇଥିଲା ରାଜନୈତିକ ହିଂସାକାଣ୍ଡ I ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ବିଜେପି କର୍ମୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଥିଲେ I

ସୂଚନାନୁସାରେ,ବୁଧବାର ରାତିରେ ବିଜେପି କର୍ମୀମାନେ ଶ୍ରୀକୃଷ୍ଣ ସରଣପୁର ଗାଁର ରାମ ପାହାନଙ୍କ ପୁଅ ଦିଲୀପ, ଜିତେନ୍ଦ୍ର, ବାପୁଜୀ ଓ ବ୍ରଜଙ୍କ ପୁଅ ଅଭିମନ୍ୟୁ ବିଜେପି ପୋଷ୍ଟର ମାରୁଥିବାବେଳେ ବିଜେଡି କର୍ମୀମାନେ ପ୍ରତିବାଦ କରିଥିଲେ। ଏହାପରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା I ପ୍ରାୟ ୨୦ରୁ ଅଧିକ ବିଜେଡ଼ି କର୍ମୀ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ I ଆହତମାନଙ୍କୁ ତୁରନ୍ତ ଖଲିକୋଟ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଖରାପ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିଲା I ମୃତକଙ୍କ ନାମ ଦିଲୀପ ପାହାନ ବୋଲି ଜଣାପଡିଛି। ସେହିପରି ଅନ୍ୟଜଣେ ଆହତଙ୍କୁ ଭୁବନେଶ୍ୱରକୁ ପଠାଯାଇଥିବା ବେଳେ ଅନ୍ୟ ଦୁଇଜଣ ବ୍ରହ୍ମପୁର ଚିକିତ୍ସିତ ହେଉଛନ୍ତି। ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ଦେଖାଯାଇଛି । ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି । ଏହି ଘଟଣାରେ ମୃତକଙ୍କ ପରିବାର ଲୋକଙ୍କ ସହିତ ଥାନା ଘେରାଉ କରିଛି ବିଜେପି I ପୋଲିସ ଘଟଣାର ତଦନ୍ତ କରୁଛି।

ତେବେ ଗଞ୍ଜାମରେ ପ୍ରାକନିର୍ବାଚନୀ ହିଂସାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ନିର୍ବାଚନ ଆୟୋଗ। ରାଜ୍ୟରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବ ନାହିଁ। ହିଂସା ନିୟନ୍ତ୍ରଣ ପାଇଁ ବିଧି ସମ୍ମତ ପଦକ୍ଷେପ ନେବାକୁ ଜିଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଇଓ ନିକୁଞ୍ଜ ଧଳ ।

Tags: