ଜମି ବିବାଦରୁ ଗୁଳିକାଣ୍ଡ ୧ ମୃତ,୪ ଆହତ
ନୟାଗଡ଼ : ଜମି ବିବାଦରୁ ଫୁଟିଲା ଗୁଳି I ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହେବା ସହିତ ୪ ଜଣ ଗୁରୁତର ହୋଇଛନ୍ତି I ଦୁଇ ପରିବାର ମଧ୍ୟରେ ଜମିଜମା ବିବାଦକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଛି । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦ ଗାଁରେ I ସୂଚନାନୁଯାୟୀ,ଜମିଜମା ବିବାଦକୁ କେନ୍ଦ୍ର କରି ନୟାଗଡ଼ ଇଟାମାଟି ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦ ଗାଁ ର ଅବସରପ୍ରାପ୍ତ ସେନାକର୍ମଚାରୀ ଅନିରୁଦ୍ଧ ନାୟକ ଓ ତାଙ୍କ […]
ନୟାଗଡ଼ : ଜମି ବିବାଦରୁ ଫୁଟିଲା ଗୁଳି I ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହେବା ସହିତ ୪ ଜଣ ଗୁରୁତର ହୋଇଛନ୍ତି I ଦୁଇ ପରିବାର ମଧ୍ୟରେ ଜମିଜମା ବିବାଦକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଛି । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦ ଗାଁରେ I
ସୂଚନାନୁଯାୟୀ,ଜମିଜମା ବିବାଦକୁ କେନ୍ଦ୍ର କରି ନୟାଗଡ଼ ଇଟାମାଟି ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦ ଗାଁ ର ଅବସରପ୍ରାପ୍ତ ସେନାକର୍ମଚାରୀ ଅନିରୁଦ୍ଧ ନାୟକ ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଦୀର୍ଘଦିନରୁ ବିବାଦ ଲାଗି ରହିଥିଲା। ଆଜି ସକାଳେ ଜମି ମାପ ହେଉଥିବା ସମୟରେ ଏହି ବିବାଦ ଉଗ୍ର ରୂପ ନେଇଥିଲା I ଅନିରୁଦ୍ଧଙ୍କ ସହ ତାଙ୍କ ପଡ଼ୋଶୀଙ୍କର ଝଗଡ଼ା ହୋଇଥିଲା। ତା‘ପରେ ଅନିରୁଦ୍ଧଙ୍କ ଉପରକୁ ତାଙ୍କ ପଡ଼ୋଶୀ ୧୩ ରାଉଣ୍ଡ ଗୁଳି ଚାଳନା କରିଥିଲେ। ଅନିରୁଦ୍ଧଙ୍କ ଉପରେ ୧୦ ରାଉଣ୍ଡ ବାଜିଥିଲା। ଘଟଣାସ୍ଥଳରେ ଅନିରୁଦ୍ଧଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥୟ ଅବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି I
ଏହି ଘଟଣାର ଖବର ପାଇ ନୟାଗଡ଼ ଏସ୍ପି ଙ୍କ ସହିତ ଇଟାମାଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି I କୌଣସି ଗଣ୍ଡଗୋଳକୁ ଆଶଙ୍କା କରି ଗାଁରେ ଅଧିକ ପୋଲିସ ମୁତୟନ କରାଯାଇଛି I




