୮ ଦିନ ପରେ ଉଦ୍ଧାର ହେଲେ ନିଖୋଜ ସ୍କୁଲ ଛାତ୍ର

ଭୁବନେଶ୍ୱର : ଭୁବନେଶ୍ୱରରୁ ନିଖୋଜ ସ୍କୁଲ ଛାତ୍ର ଯାଜପୁରରୁ ଉଦ୍ଧାର I ଗତ ୮ ଦିନ ଧରି ଭୁବନେଶ୍ୱର ମୈତ୍ରୀବିହାର ଘରୁ ସ୍କୁଲ ଯିବା ବାଟରୁ ନିଖୋଜ ହୋଇଥିଲେ ଯୋଗେଶ ବାଲାଜୀ I ଏହାପରେ ଯୋଗେଶଙ୍କ ବାପାଙ୍କ ହୁଆଟ୍ସ ଆପ କୁ ୩ ଲକ୍ଷ ଟଙ୍କା ଦାବି କରୁଥିବା ଜଣେ ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ ମେସେଜ ଆସିବା ପରେ ଏହା ଅପହରଣ ବୋଲି ଜଣା ପଡିଥିଲା I ଏନେଇ ମୈତ୍ରୀବିହାର ପୋଲିସରେ ଅଭିଯୋଗ କରିବା ସହ ଥାନା […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱରରୁ ନିଖୋଜ ସ୍କୁଲ ଛାତ୍ର ଯାଜପୁରରୁ ଉଦ୍ଧାର I ଗତ ୮ ଦିନ ଧରି ଭୁବନେଶ୍ୱର ମୈତ୍ରୀବିହାର ଘରୁ ସ୍କୁଲ ଯିବା ବାଟରୁ ନିଖୋଜ ହୋଇଥିଲେ ଯୋଗେଶ ବାଲାଜୀ I ଏହାପରେ ଯୋଗେଶଙ୍କ ବାପାଙ୍କ ହୁଆଟ୍ସ ଆପ କୁ ୩ ଲକ୍ଷ ଟଙ୍କା ଦାବି କରୁଥିବା ଜଣେ ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ ମେସେଜ ଆସିବା ପରେ ଏହା ଅପହରଣ ବୋଲି ଜଣା ପଡିଥିଲା I ଏନେଇ ମୈତ୍ରୀବିହାର ପୋଲିସରେ ଅଭିଯୋଗ କରିବା ସହ ଥାନା ଆଗରେ ଧାରଣା ଦେଇଥିଲେ ଯୋଗେଶଙ୍କ ବାପା ମା’ I

ସୂଚନାନୁସାରେ,ଗତ ୬ ତାରିଖରେ ଯୋଗେଶ ଘରୁ ନିଜ ସାଇକେଲ ରେ ଭୁବନେଶ୍ୱର ମୈତ୍ରୀ ବିହାର ସ୍ଥିତ ସ୍କୁଲକୁ ଯାଇ ଆଉ ଫେରି ନଥିଲେ । ସଂଧ୍ୟାବେଳକୁ ପୁଅ ନଫେରିବାରୁ ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ପୁଅର ସନ୍ଧାନ ପାଇ ନଥିଲେ। ଏନେଇ ଯୋଗେଶଙ୍କ ବାପା ମୈତ୍ରୀବିହାର ଥାନାରେ ଦ୍ୱାରସ୍ଥ ହୋଇଥିଲେ। ପରେ ଯୋଗେଶଙ୍କ ବାପାଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ୍‌ ଆସିଥିଲା।ଏଥିରେ ଅଜଣା ବ୍ୟକ୍ତି ତାଙ୍କଠାରୁ ୩ ଲକ୍ଷ ଟଙ୍କା ଦେଲେ ପୁଅକୁ ପାଇବେ ବୋଲି ଧମକ ଦେଇଥିଲେ I ଏ ବିଷୟରେ ଯୋଗେଶଙ୍କ ପିତାମାତା ମୈତ୍ରୀବିହାର ଥାନାରେ ଜଣାଇଥିଲେ। କିନ୍ତୁ ଥାନା ଅଧିକାରୀ ଘଟଣାକୁ ଗୁରୁତ୍ତ୍ଵ ନଦେବାରୁ ଯୋଗେଶ୍ୱଙ୍କୁ ବାପା’ମା,ମୈତ୍ରୀବିହାର ଥାନା ଆଗରେ ଧାରଣାରେ ବସିଥିଲେ I

ତେବେ ଆଜି ଜେନାପୁର ରେଲୱେ ଷ୍ଟେସନ ନିକଟରୁ ଯୋଗେଶଙ୍କୁ ଉଦ୍ଧାର କରିଛି ମୈତ୍ରୀବିହାର ପୋଲିସ । ଯୋଗେଶଙ୍କୁ କିଏ ଅପହରଣ କରିଥିଲା, ନା ଏହା ପଛରେ ଆଉ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ। ତେବେ ଛାତ୍ରଜଣକ ସେଠାକୁ କିଭଳି ଗଲା, ସେ ନେଇ ତଦନ୍ତ ଚଳାଇଛି ପୋଲିସ । ଗତ ଗୁରୁବାର କେଉଁଆଡେ ଚାଲିଯାଇଥିଲେ ଯୋଗେଶ ଏ ସମ୍ପର୍କରେ ପରିବାର ଲୋକ କି ପୁଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ।

Tags: