୫୦ କେଜି ଗଞ୍ଜେଇ ଜବତ : ମାଫିଆ ଦମ୍ପତି ଗିରଫ

ଦଶପଲ୍ଲା : ଜଣେ ଦମ୍ପତିଙ୍କ ନିକଟରୁ ଶନିବାର ପ୍ରାୟ ୫୦ କେଜି ଗଞ୍ଜେଇ ଜବତ ହୋଇଛି। ନୟାଗଡ ଜିଲ୍ଲା ଦଶପଲ୍ଲା ଟୋଲ୍‌‌ଗେଟ୍‌‌ ନିକଟରେ ପୁଲିସ ଏହି ଦମ୍ପତିଙ୍କୁ ଧରିଛି। କାର୍‌‌ରେ ଯାଉଥିବା ବେଳେ ଧରାପଡିଛନ୍ତି। ସୂଚନାନୁଯାୟୀ , ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ପୋଲିସ ପକ୍ଷରୁ ରାତ୍ରିକାଳୀନ ପିଟ୍ରୋଲିଂ ଚାଲିଥିଲା l ସେହି ସମୟରେ ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଟୋଲ ଗେଟ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ କାରକୁ ପୋଲିସ ଅଟକାଇ ଥିଲା […]

Samaya Live Picture
Published On

ଦଶପଲ୍ଲା : ଜଣେ ଦମ୍ପତିଙ୍କ ନିକଟରୁ ଶନିବାର ପ୍ରାୟ ୫୦ କେଜି ଗଞ୍ଜେଇ ଜବତ ହୋଇଛି। ନୟାଗଡ ଜିଲ୍ଲା ଦଶପଲ୍ଲା ଟୋଲ୍‌‌ଗେଟ୍‌‌ ନିକଟରେ ପୁଲିସ ଏହି ଦମ୍ପତିଙ୍କୁ ଧରିଛି। କାର୍‌‌ରେ ଯାଉଥିବା ବେଳେ ଧରାପଡିଛନ୍ତି।
ସୂଚନାନୁଯାୟୀ , ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ପୋଲିସ ପକ୍ଷରୁ ରାତ୍ରିକାଳୀନ ପିଟ୍ରୋଲିଂ ଚାଲିଥିଲା l ସେହି ସମୟରେ ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଟୋଲ ଗେଟ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ କାରକୁ ପୋଲିସ ଅଟକାଇ ଥିଲା l କାରଟିରେ ଗଞ୍ଜେଇ ଥିବାର ସନ୍ଦେହ କରାଯାଉଥିଲା l ଏତିକି ବେଳେ ଗଞ୍ଜେଇ ଭର୍ତ୍ତି ଗାଡିକୁ ମାଫିଆ ଶାଳିଆ ଗ୍ରାମ ଭିତରକୁ ନେଇପଲାଇଥିଲା l ପୋଲିସ ତାଙ୍କୁ ପିଛା କରି ଗ୍ରାମ ଭିତରୁ ଗଞେଇ ଭର୍ତ୍ତି କାର ସହ ଜଣେ ମହିଳାଙ୍କୁ ଗିରଫ କରିଛି l ତେବେ ସ୍ୱାମୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ତ୍ରୀକୁ ଥାନାରେ ଅଟକ ରଖାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Tags: