ହୋଟେଲରେ ହାତୀଦାନ୍ତ କାରବାର,୩ ଗିରଫ
ଦେବଗଡ଼ : ଦେବଗଡ଼ ସହରରେ ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ। ଏକ ହୋଟେଲରେ ଏହି ହାତୀଦାନ୍ତ ଡ଼ିଲ ଚାଲିଥିବାବେଳେ ଦେବଗଡ଼ ବନ ବିଭାଗ ହାତରେ ୩ ଜଣ ଧରାପଡ଼ିଛନ୍ତି I ଏମାନେ ହେଲେ ଦେବଗଡ଼ର ପ୍ରେମରାଜ ସାହୁ, ସମୀର କପରଦାର(ବାପି) ଓ ଦିଲ୍ଲୀର ରାଜେଶ କୁମାର । ବନ ବିଭାଗ ଅଧିକାରୀମାନେ ତାଙ୍କଠାରୁ ୨ଟି ହାତୀ ଦାନ୍ତ ତବତ କରିଛନ୍ତି। ତେବେ ପ୍ରେମରଜେ ସାହୁ ଜଣେ ଗହଣା ବ୍ୟବସାୟୀ ବୋଲି ଜଣାପଡିଛି I […]
ଦେବଗଡ଼ : ଦେବଗଡ଼ ସହରରେ ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ। ଏକ ହୋଟେଲରେ ଏହି ହାତୀଦାନ୍ତ ଡ଼ିଲ ଚାଲିଥିବାବେଳେ ଦେବଗଡ଼ ବନ ବିଭାଗ ହାତରେ ୩ ଜଣ ଧରାପଡ଼ିଛନ୍ତି I ଏମାନେ ହେଲେ ଦେବଗଡ଼ର ପ୍ରେମରାଜ ସାହୁ, ସମୀର କପରଦାର(ବାପି) ଓ ଦିଲ୍ଲୀର ରାଜେଶ କୁମାର । ବନ ବିଭାଗ ଅଧିକାରୀମାନେ ତାଙ୍କଠାରୁ ୨ଟି ହାତୀ ଦାନ୍ତ ତବତ କରିଛନ୍ତି। ତେବେ ପ୍ରେମରଜେ ସାହୁ ଜଣେ ଗହଣା ବ୍ୟବସାୟୀ ବୋଲି ଜଣାପଡିଛି I ଗତକାଲି ରାତିରେ ଦେବଗଡ ବନ ଖଣ୍ଡ ଅଞ୍ଚଳରେ ଥିବା ଏକ ହୋଟେଲରେ ହାତୀ ଦାନ୍ତ କାରବାର ଚାଲିଥିଲା। ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା ବନ ବିଭାଗ ଅଧିକାରୀମାନେ ଅଭିଯୁକ୍ତମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛନ୍ତି। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।




