ହାତୀ ପିଠିରେ ନିଆଁ , ଘଟଣାରେ ୨ ବନ କର୍ମଚାରୀ ବହିସ୍କୃତ
ବାରିପଦା: ହାତୀ ପିଠିକୁ ନିଆଁହୁଳା ଫିଙ୍ଗିବା ଘଟଣାରେ କଡା ପଦକ୍ଷେପ ନେଇଛି ବନ ବିଭାଗ I ଘଟଣାରେ ଜଡିତ ୨ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ I ବହିଷ୍କୃତ ହୋଇଥିବା ଦୁଇ ବନ କର୍ମଚାରୀ ହେଲେ ଦୀପକ ମୁଣ୍ଡା ଓ ବାପି ମାଝୀ । ଗତ ୧୫ ତାରିଖରେ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ଅଞ୍ଚଳରେ ଅମାନୁଷିକ କାଣ୍ଡ ଘଟିଥିଲା I ସୂଚନାନୁସାରେ,ହାତୀପଲ ଘଉଡାଇବା ପାଇଁ ନିଆହୁଲା ବ୍ୟବହାର କରାଯାଇଥାଏ I ତେବେ ଏହି ଘଟଣା […]
ବାରିପଦା: ହାତୀ ପିଠିକୁ ନିଆଁହୁଳା ଫିଙ୍ଗିବା ଘଟଣାରେ କଡା ପଦକ୍ଷେପ ନେଇଛି ବନ ବିଭାଗ I ଘଟଣାରେ ଜଡିତ ୨ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ I ବହିଷ୍କୃତ ହୋଇଥିବା ଦୁଇ ବନ କର୍ମଚାରୀ ହେଲେ ଦୀପକ ମୁଣ୍ଡା ଓ ବାପି ମାଝୀ । ଗତ ୧୫ ତାରିଖରେ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ଅଞ୍ଚଳରେ ଅମାନୁଷିକ କାଣ୍ଡ ଘଟିଥିଲା I
ସୂଚନାନୁସାରେ,ହାତୀପଲ ଘଉଡାଇବା ପାଇଁ ନିଆହୁଲା ବ୍ୟବହାର କରାଯାଇଥାଏ I ତେବେ ଏହି ଘଟଣା ଜୁଲାଇ ୧୫ ତାରିଖ ଦିନ ଦୁଧିଆଣି ରେଞ୍ଜର ଡୁମୁରିଆ ଗାଁରେ ଏହି ଘଟଣା ଘଟି ଥିଲାବେଳେ ୨୭ତାରିଖ ଗୁରୁବାର ଦିନ ଏହି ଘଟଣାର ଭିଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ଏଥିରେ ଦୁଇ ଅସ୍ଥାୟୀ ବନ କର୍ମଚାରୀ ସାମିଲ ଥିବା ଜଣା ପଡିବା ପରେ ସେମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ I ଉଭୟେ ଦୋଷ ସ୍ବୀକାର କରିବାରୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ନାଏକ କହିଛନ୍ତି।




