ହାଜତ ମୃତ୍ୟୁ ମାମଲା ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୩ ପୋଲିସ ନିଲମ୍ବିତ

ଚୌଦ୍ବାର: ଚୌଦ୍ୱାର ଥାନାରେ ଅଭିଯୁକ୍ତ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା । ନିଲମ୍ବିତ ହେଲେ ୩ ପୋଲିସ କର୍ମଚାରୀ । ଥାନା ଅଧିକାରୀ,ଏସଆଇ ଓ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଏସିପି ତଥା ଥାନାଧିକାରୀ ଦାୟିତ୍ୱରେ ଥିବା ବିଶ୍ୱରଞ୍ଜନ ସାହୁଙ୍କୁ ନିଲମ୍ବନ କରାଯାଇଛି । ଅନ୍ୟ ୨ ଜଣଙ୍କ ମଧ୍ୟରେ ଚୌଦ୍ବାର ଥାନା ସବ୍‌ ଇନ୍ସପେକ୍ଟର ନିରଞ୍ଜନ ଗୋଡା ଏବଂ କନେଷ୍ଟବଳ କମଳ ଲୋଚନ ମାଝୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । […]

ହାଜତ ମୃତ୍ୟୁ ମାମଲା ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୩ ପୋଲିସ ନିଲମ୍ବିତ
Samaya Live Picture
Published On

ଚୌଦ୍ବାର: ଚୌଦ୍ୱାର ଥାନାରେ ଅଭିଯୁକ୍ତ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା । ନିଲମ୍ବିତ ହେଲେ ୩ ପୋଲିସ କର୍ମଚାରୀ । ଥାନା ଅଧିକାରୀ,ଏସଆଇ ଓ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଏସିପି ତଥା ଥାନାଧିକାରୀ ଦାୟିତ୍ୱରେ ଥିବା ବିଶ୍ୱରଞ୍ଜନ ସାହୁଙ୍କୁ ନିଲମ୍ବନ କରାଯାଇଛି । ଅନ୍ୟ ୨ ଜଣଙ୍କ ମଧ୍ୟରେ ଚୌଦ୍ବାର ଥାନା ସବ୍‌ ଇନ୍ସପେକ୍ଟର ନିରଞ୍ଜନ ଗୋଡା ଏବଂ କନେଷ୍ଟବଳ କମଳ ଲୋଚନ ମାଝୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ଢେଙ୍କାନାଳ ଜିଲ୍ଲା ଶଙ୍କରପୁର ଅଞ୍ଚଳର ରସାନନ୍ଦ ନାୟକଙ୍କ ଥାନାରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା ।ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ କେତେକ ପ୍ରଶ୍ନ ସାଧାରଣରେ ଉଠିଛି।

ସୂଚନାନୁସାରେ,ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳର ରସାନନ୍ଦ ନାୟକ(୩୮) ବାଇକ ଲୁଟେରା ଗ୍ୟାଙ୍ଗର ଅନ୍ୟତମ ଅଭିଯୁକ୍ତ ସଦସ୍ୟ ଥିଲେ I ଚୌଦ୍ବାର ଥାନା ପୁଲିସ ଏକ ବାଇକ୍ ଲୁଟ୍ ମାମଲାର ତଦନ୍ତ କରୁଥିବା ବେଳେ ଶନିବାର ଦୁଇ ଜଣଙ୍କୁ ଗିରଫ କରିଥିଲା। ଚୌଦ୍ବାର ଓଟିଏମ୍ ଲେବର କଲୋନିର ଝୁନା ଓରଫ ହେମନ୍ତ ଦୋରା ଓ ଡମଡ଼ମଣିର ପିଣ୍ଟୁ ମଲ୍ଲିକକୁ ଗିରଫ କରାଯାଇଥିବା ବେଳେ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିଲା ରସାନନ୍ଦ। ଶନିବାର ସନ୍ଧ୍ୟାରେ ପୁଲିସ ତାକୁ ଉଠାଇ ନେଇ ଚୌଦ୍ବାର ଥାନାରେ ଜେରା କରୁଥିଲା। ସୋମବାର ଦିନ ଥାନାରେ ସେ ଶୌଚାଳୟ ଯିବାକୁ କହି ଯାଇଥିଲା। ତେବେ ଶୌଚାଳୟରେ ବେଲ୍ଟ ବାନ୍ଧି ଝୁଲିପଡ଼ିଥିଲା। ପୁଲିସ କବାଟ ଭାଙ୍ଗି ରସାନନ୍ଦକୁ ଉଦ୍ଧାର କରିଥିଲା। ଚୌଦ୍ବାର ଥାନା ପୁଲିସ ସୋମବାର ଦିନ ପ୍ରାୟ ୧୨ଟା ୩୦ରେ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରିଥିଲା। ତାକୁ ସେଠାରେ ଟ୍ରମା କାଜୁଆଲିଟିର ଭେଣ୍ଟିଲେଟରରେ ରଖାଯାଇଥିଲା। ଦିନ ପ୍ରାୟ ୨ଟା ୧୦ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ରସାନନ୍ଦ ଗଲା ଅଗଷ୍ଟରେ ଯାଜପୁର ଜିଲ୍ଲା ଜେଲ୍‌ରୁ ଏକ ଚୋରି ମାମଲାରେ ଜାମିନରେ ଆସିଥିଲା। ରସାନନ୍ଦ ବିରୋଧରେ ଢେଙ୍କାନାଳ ସଦର ଥାନାରେ ୩ଟି ଆପରାଧିକ ମାମଲା, ଯାଜପୁର ଜିଲ୍ଲା କାଳିଆପାଣି ଥାନା, କଟକର କମିସନରେଟ୍ ପୁଲିସର ମର୍କତନନଗର ଓ କ୍ୟାଣ୍ଟନମେଣ୍ଟ ଥାନା, କଟକ ଗ୍ରାମାଞ୍ଚଳର ଆଠଗଡ଼ ଥାନା, ଭୁବନେଶ୍ବର ନନ୍ଦନକାନନ ଥାନାରେ ୮ଟି ଆପରାଧିକ ମାମଲା ରହିଛି। ଚୌଦ୍ବାର ଥାନା ଚଷାପଡ଼ାର ରାକେଶ କୁମାର ମଙ୍ଗରାଜ ଗଲା ୧୦ ତାରିଖ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଏହି ଲୁଟେରା ଗ୍ୟାଙ୍ଗ ତାଙ୍କ ବାଇକ୍‌ ସମେତ ମୋବାଇଲ୍ ଫୋନ୍, ବ୍ୟାଗରେ ଥିବା ଅଫିସ କାଗଜପତ୍ର ଲୁଟିନେଇଥିଲେ। ଏ ନେଇ ୧୨ ତାରିଖରେ ଚୌଦ୍ବାର ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା। ରସାନନ୍ଦର ଏହି ଗ୍ୟାଙ୍ଗ ମଙ୍ଗୁଳି, ଟାଙ୍ଗୀ, ଜଗତପୁର, କଟକ, ଚୌଦ୍ବାର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଆସୁଥିଲେ।

ରସାନନ୍ଦଙ୍କୁ ପୋଲିସ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ତେବେ ହତ୍ୟା ନା ଜୀବନ ହାରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

Tags: