ସ୍ୱାମୀ ସ୍ତ୍ରୀଙ୍କୁ ବାଥରୁମରେ ବନ୍ଦ କରି ଦିନ ଦ୍ବିପହରେ ଘରୁ ଲୁଟ

ଭୁବନେଶ୍ୱର : ଦିନ ଦ୍ବିପହରେ ଲୁଟ ତରାଜ I ସ୍ୱାମୀ ସ୍ତ୍ରୀଙ୍କୁ ମାଡ଼ ମାରି ବାଥରୁମରେ ବନ୍ଦ କରି ଘରେ କଳାକନା ବୁଲାଇଲେ ଲୁଟେରା I ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଅନେକ ମୂଲ୍ୟବାନ ଆସବାବପତ୍ର ଲୁଟିନେଇଛନ୍ତି Iଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଭୁବନେଶ୍ୱର ମାରୁତି ବିହାର ଅଞ୍ଚଳରେ । ସୂଚନାନୁସାରେ ଆଜି ଦିନ ଦ୍ବିପହରେ ଲୋକେ ଘରେ ଥିବା ବେଳେ ଅସ୍ତ୍ରଶସ୍ତ୍ର ନେଇ ୭ରୁ ୮ ଜଣ ଦୁବୃର୍ତ୍ତ ଘରେ ପଶିଥିଲେ I ଘରେ ଥିବା […]

Samaya Live Picture
Published On

ଭୁବନେଶ୍ୱର : ଦିନ ଦ୍ବିପହରେ ଲୁଟ ତରାଜ I ସ୍ୱାମୀ ସ୍ତ୍ରୀଙ୍କୁ ମାଡ଼ ମାରି ବାଥରୁମରେ ବନ୍ଦ କରି ଘରେ କଳାକନା ବୁଲାଇଲେ ଲୁଟେରା I ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଅନେକ ମୂଲ୍ୟବାନ ଆସବାବପତ୍ର ଲୁଟିନେଇଛନ୍ତି Iଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଭୁବନେଶ୍ୱର ମାରୁତି ବିହାର ଅଞ୍ଚଳରେ ।
ସୂଚନାନୁସାରେ ଆଜି ଦିନ ଦ୍ବିପହରେ ଲୋକେ ଘରେ ଥିବା ବେଳେ ଅସ୍ତ୍ରଶସ୍ତ୍ର ନେଇ ୭ରୁ ୮ ଜଣ ଦୁବୃର୍ତ୍ତ ଘରେ ପଶିଥିଲେ I ଘରେ ଥିବା ଦମ୍ପତ୍ତିିଙ୍କୁ ବାଥରୁମରେ ବନ୍ଦ କରିଦେଇଥିଲେ । ପରେ ଘରେ ଥିବା ସୁନା ଗହଣା ସହ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷପତ୍ର ଲୁଟି ନେଇଛନ୍ତି । ଦିନ ଦିପ୍ରହରରେ ଏଭଳି ଲୁଟକୁ ନେଇ କମିଶନରେଟ ପୋଲିସ ଉପରେ ପ୍ରଶ୍ନ ଉଠିଛି ।

Tags: