ସ୍ତ୍ରୀ ଓ ପୁଅକୁ ତଣ୍ଟିଚିପି ହତ୍ୟା କଲା ମଦ୍ୟପ ସ୍ୱାମୀ

ଭଣ୍ଡାରିପୋଖରୀ : ମଦ ନିଶା ହେଲା କାଳ I ହିତାହିତ ଜ୍ଞାନ ଭୁଲିଯାଇ ନିଜ ହାତରେ ତଣ୍ଟି ଚିପି ପ୍ରଥମେ ପୁଅ ଓ ସ୍ତ୍ରୀକୁ ହତ୍ୟା କରିଛି ମଦ୍ୟପ I ଘଟଣIଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା କୁଶଗଡ଼ିଆ ଗାଁରେ I ମୃତକମାନେ ହେଲେ ସ୍ତ୍ରୀ କାଞ୍ଚନ ନାୟକ ଓ ୮ବର୍ଷ ର ପୁଅ ଉତ୍ପଳ ନାୟକ । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଉମେଶ ନାୟକ ଫେରାର ହୋଇ ଏକ ଗଛ ଉପରେ ଲୁଚି ଥିବାବେଳେ […]

Samaya Live Picture
Published On

ଭଣ୍ଡାରିପୋଖରୀ : ମଦ ନିଶା ହେଲା କାଳ I ହିତାହିତ ଜ୍ଞାନ ଭୁଲିଯାଇ ନିଜ ହାତରେ ତଣ୍ଟି ଚିପି ପ୍ରଥମେ ପୁଅ ଓ ସ୍ତ୍ରୀକୁ ହତ୍ୟା କରିଛି ମଦ୍ୟପ I ଘଟଣIଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା କୁଶଗଡ଼ିଆ ଗାଁରେ I ମୃତକମାନେ ହେଲେ ସ୍ତ୍ରୀ କାଞ୍ଚନ ନାୟକ ଓ ୮ବର୍ଷ ର ପୁଅ ଉତ୍ପଳ ନାୟକ । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଉମେଶ ନାୟକ ଫେରାର ହୋଇ ଏକ ଗଛ ଉପରେ ଲୁଚି ଥିବାବେଳେ ପୋଲିସ ହାତରେ ଧରାପଡିଛି I ଘଟଣାସ୍ଥଳରେ ଭଣ୍ଡାରୀପୋଖରୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଅନୁସାରେ, ବନ୍ତ ଅଂଚଳର ଉମେଶ ନାୟକ ସ୍ତ୍ରୀ କାଞ୍ଚନ ଓ ପୁଅ ଉତ୍କଳ କୁ ଧରି କୁଶଗଡ଼ିଆ ଗାଁରେ ଭଡାରେ ରହୁଥିଲା । ତେବେ ଉମେଶ ପ୍ରାୟ ସମୟରେ ମଦ୍ୟ ପାନ କରି ଘରେ ଝଗଡା ଝାଟି କରୁଥିଲା । ଗତକାଲି ଦିନରେ ମଧ୍ୟ କୌଣସି କଥାକୁ ନେଇ ଘରେ କଳହ ହୋଇଥିଲା I ଏଥିରେ ଵଉତ୍କ୍ଷିପ୍ତ ହୋଇ ବିଳମ୍ବିତ ରାତିରେ ସ୍ତ୍ରୀ କାଞ୍ଚନ ଓ ପୁଅ ଉତ୍କଳକୁ ଶୋଇଥିବା ବେଳେ ତଣ୍ଟି ଚିପି ହତ୍ୟା କରିବା ପରେ ଫେରାର ହୋଇ ଯାଇଥିଲା ଉମେଶ । ପରେ ଅଭିଯୁକ୍ତ କୁ କାବୁ କରି ସ୍ଥାନୀୟ ଲୋକ ପୋଲିସ ଜିମା ଦେଇଥିଲେ । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଉମେଶ ନାୟକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Tags: