ସ୍ତ୍ରୀକୁ ହତ୍ୟାକରି ସ୍ଵମୀଙ୍କ ଆତ୍ମସମର୍ପଣ
ବାସୁଦେବପୁର : ପରକିଆ ପ୍ରୀତି ସନ୍ଦେହରୁ ସ୍ତ୍ରୀଙ୍କୁ ନୃସଂଶ ହତ୍ୟାକରି ରାସ୍ତାରେ ଫିଙ୍ଗିଦେଲା ସ୍ୱାମୀ I ହତ୍ୟା କରିବା ପରେ ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ I ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବିନାୟକପୁ ଅଞ୍ଚଳରେ I ନିକଟସ୍ଥ ବଡ଼ପଦା ଛକ ଧାନ ବିଲରୁ ସ୍ତ୍ରୀର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ବିନାୟକପୁର ଗାଁର ଦିବାକର ବେହେରାଙ୍କ ଝିଅ ରାଧାରାଣୀ। ମୃତ ମହିଳାଙ୍କ ସ୍ବାମୀ ଦିପୁ ବେହେରା ହତ୍ୟା କରିଥିବା ସୂଚନା […]
ବାସୁଦେବପୁର : ପରକିଆ ପ୍ରୀତି ସନ୍ଦେହରୁ ସ୍ତ୍ରୀଙ୍କୁ ନୃସଂଶ ହତ୍ୟାକରି ରାସ୍ତାରେ ଫିଙ୍ଗିଦେଲା ସ୍ୱାମୀ I ହତ୍ୟା କରିବା ପରେ ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ I ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବିନାୟକପୁ ଅଞ୍ଚଳରେ I ନିକଟସ୍ଥ ବଡ଼ପଦା ଛକ ଧାନ ବିଲରୁ ସ୍ତ୍ରୀର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ବିନାୟକପୁର ଗାଁର ଦିବାକର ବେହେରାଙ୍କ ଝିଅ ରାଧାରାଣୀ। ମୃତ ମହିଳାଙ୍କ ସ୍ବାମୀ ଦିପୁ ବେହେରା ହତ୍ୟା କରିଥିବା ସୂଚନା ମିଳିଛି I ଝିଅର ପରିବାର ଲୋକେ ଘଟଣାସ୍ଥଳରେ ପହଁଚି ମୃତଦେହ ଚିହ୍ନଟ କରିଛନ୍ତି I
ସୂଚନା ଅନୁସାରେ, ଗତ ୨ ବର୍ଷ ତଳେ ରାଧାରାଣୀ ସେହି ଗାଁର ଭଗବାନ ବେହେରାଙ୍କ ପୁଅ ଦିପୁ ବେହେରାଙ୍କୁ ଭଲ ପାଇ ବିବାବହ କରିଥିଲେ। ତେବେ କୌଣସି କାରଣକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ଲାଗୁଥିଲା । ଏହାପରେ ସ୍ୱାମୀ ସ୍ତ୍ରୀ ବାହାର ରାଜ୍ୟକୁ ଯାଇ କାମ କରୁଥିଲେ I ଗତକାଲି ଦୁଇ ଜଣ ଘରକୁ ଫେରୁଛନ୍ତି ବୋଲି ରାଧାରାଣୀ ନିଜ ବାପାକୁ ଫୋନ ଯୋଗେ ଜଣାଇଥିଲେ। ହେଲେ ଆଜି ସକାଳେ ରାସ୍ତା କଡରେ ଝିଅର ମୃତ ଦେହ ପଡିଥିବା ଖବର ପାଇଥିଲେ ଦିବାକର ବେହେରା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ସ୍ବାମୀ ଦିପୁ ଥାନାରେ ପହଞ୍ଚି ସ୍ତ୍ରୀ ରାଧାରାଣୀଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସ୍ବୀକାର କରିଥିଲା। ତେବେ କ’ଣ ପାଇଁ ସ୍ତ୍ରୀକୁ ହତ୍ୟା କଲା ସେନେଇ ସ୍ବାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ। ସେମାନଙ୍କର ବର୍ଷକର ଏକ ଶିଶୁକନ୍ୟା ରହିଛି I




