ସୈତାନ ପୁଅର କାରନାମା,ବାପା ମା’ଙ୍କୁ ମାରି ମାଟିରେ ପୋତିଦେଲା
ବାଲେଶ୍ୱର : ସୈତାନ ପୁଅର ନୃଶଂସ କାଣ୍ଡ I ପାରିବାରିକ କଳହରୁ ବାପା ମା’ଙ୍କୁ ମାରି ମାଟିରେ ପୋତିଦେଲା I ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାପାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ, ଏବେ ବି ମାଆ ନିଖୋଜ ଅଛନ୍ତି । ଏହି ଘଟଣା ପରେ ସୈତାନ ପୁଅ ଫେରାର ରହିଛି I ଘଟଣା ଘଟିଛି ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଗାଁରେ I ୪ଦିନ ଧରି ବାପା ରମାକାନ୍ତ ବେହେରା ଓ ମାଆ ଚମ୍ପା ବେହେରାଙ୍କ ନିଖୋଜ […]
ବାଲେଶ୍ୱର : ସୈତାନ ପୁଅର ନୃଶଂସ କାଣ୍ଡ I ପାରିବାରିକ କଳହରୁ ବାପା ମା’ଙ୍କୁ ମାରି ମାଟିରେ ପୋତିଦେଲା I ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାପାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ, ଏବେ ବି ମାଆ ନିଖୋଜ ଅଛନ୍ତି । ଏହି ଘଟଣା ପରେ ସୈତାନ ପୁଅ ଫେରାର ରହିଛି I ଘଟଣା ଘଟିଛି ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଗାଁରେ I
୪ଦିନ ଧରି ବାପା ରମାକାନ୍ତ ବେହେରା ଓ ମାଆ ଚମ୍ପା ବେହେରାଙ୍କ ନିଖୋଜ ଘଟଣାକୁ ନେଇ ୨ ଝିଅ ସନ୍ଦେହ କରିଥିଲେ I ଏହି ଘଟଣାରେ ଭାଇକୁ ସନ୍ଦେହ କରି ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ ଝିଅ ମମତା ମଲ୍ଲିକ I
ଅଭିଯୋଗ କ୍ରମେ ସିମୁଳିଆ ପୁଲିସ ତଦନ୍ତ ଆରମ୍ଭ କରିଥିବା ସହିତ ରମେଶଙ୍କ ଘର ପଛପଟେ ଏକ ବିଲରେ ପୋତିଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଖଇରା ଅତିରିକ୍ତ ତହସିଲଦାର,ବାଲେଶ୍ୱର ସାଇନ୍ଟଫିକ ଟିମ ପହଞ୍ଚି ଉକ୍ତ ସ୍ଥାନକୁ ଖୋଳି ରାମାକାନ୍ତଙ୍କ ମୃତଦେହ ଠାବ ହୋଇଥିବା ବେଳେ ମାଆ ଏବେବି ନିଖୋଜ ଅଛନ୍ତି ବୋଲି ଜଣାପଡ଼ିଛି।




