ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ହାର୍ଡକୋର ମାଓବାଦୀ ନିହତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ପୁଲିସକୁ ବଡ ସଫଳତା । ଦନ୍ତେଓ୍ବାଡା ଏବଂ ବିଜାପୁର ସୀମାନ୍ତ ଇନ୍ଦ୍ରାବତୀ ଜଙ୍ଗଲରେ ପୁଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର୍ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏସଟିଏଫ୍ , ଡିଆରଜି ଏବଂ ସିଆରପିଏଫ୍ କୋବ୍ରା ଯବାନଙ୍କ ଅପରେସନ୍ ବେଳେ ଏହି ସଫଳତା ମିଳିଛି। ଅପରେସନ୍ ରେ ୪୦୦ କୋବ୍ରା ଯବାନ୍ ନିୟୋଜିତ ହୋଇଛନ୍ତି। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ଅଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ପୁଲିସକୁ ବଡ ସଫଳତା । ଦନ୍ତେଓ୍ବାଡା ଏବଂ ବିଜାପୁର ସୀମାନ୍ତ ଇନ୍ଦ୍ରାବତୀ ଜଙ୍ଗଲରେ ପୁଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର୍ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏସଟିଏଫ୍ , ଡିଆରଜି ଏବଂ ସିଆରପିଏଫ୍ କୋବ୍ରା ଯବାନଙ୍କ ଅପରେସନ୍ ବେଳେ ଏହି ସଫଳତା ମିଳିଛି। ଅପରେସନ୍ ରେ ୪୦୦ କୋବ୍ରା ଯବାନ୍ ନିୟୋଜିତ ହୋଇଛନ୍ତି। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ଅଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ୍ ଜାରି ରହିଛି ।




