ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା: ଦୁଇ କର୍ମଚାରୀଙ୍କୁ ଏଚଆରପିସିରେ ଜେରା
ରାଉରକେଲା : ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା I ଆଜି ଏଚଆରପିସିରେ ହାଜର ହୋଇଛନ୍ତି ସୁସ୍ମିତାଙ୍କ ସାଙ୍ଗ ଓ ସେନସୋରୀ ପାର୍କର ଦୁଇ କର୍ମଚାରୀ ଏ। ଏହି ତିନି ଜଣଙ୍କୁ ୧୬୧ରେ ବୟାନ ରେକର୍ଡ କରିବା ସହ ଅଡିଓ ଭିଡିଓ ରେକର୍ଡ କରିଛି ଏଚଆରପିସି । କଲ୍ ରେକର୍ଡକୁ ଆଧାର କରି ତଦନ୍ତ ଚାଲିଛି । ମୃତ୍ୟୁ ପୂର୍ବରୁ ଯେଉଁମାନଙ୍କ ସହ କଥା ହୋଇଥିଲେ ସୁସ୍ମିତା ସେମାନଙ୍କୁ ଡାକି ପୋଲିସ ପଚରାଉଚରା କରୁଥିବା […]
ରାଉରକେଲା : ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା I ଆଜି ଏଚଆରପିସିରେ ହାଜର ହୋଇଛନ୍ତି ସୁସ୍ମିତାଙ୍କ ସାଙ୍ଗ ଓ ସେନସୋରୀ ପାର୍କର ଦୁଇ କର୍ମଚାରୀ ଏ। ଏହି ତିନି ଜଣଙ୍କୁ ୧୬୧ରେ ବୟାନ ରେକର୍ଡ କରିବା ସହ ଅଡିଓ ଭିଡିଓ ରେକର୍ଡ କରିଛି ଏଚଆରପିସି । କଲ୍ ରେକର୍ଡକୁ ଆଧାର କରି ତଦନ୍ତ ଚାଲିଛି । ମୃତ୍ୟୁ ପୂର୍ବରୁ ଯେଉଁମାନଙ୍କ ସହ କଥା ହୋଇଥିଲେ ସୁସ୍ମିତା ସେମାନଙ୍କୁ ଡାକି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି । ଏହି ସମୟରେ ସୁସ୍ମିତାଙ୍କ ଦୂର ସଂପର୍କୀୟ ମଉସା ଓ ମାଉସୀଙ୍କ ମଧ୍ୟ ପୋଲିସ ପଚରାଉଚରା କରିଛି । ଆଉ ଅନେକ କିଛି ତଥ୍ୟ ପାଇଥିବା ଜଣାପଡିଛି ।
ସୂଚନାନୁସାରେ,ଗତ ସେପ୍ଟେମ୍ବର ୧୯ ତାରିଖରେ,ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ ଦେହ ସନ୍ଦିଗ୍ଧ ଅବସ୍ଥାରେ ରାଉରକେଲା ସେନସୋରୀ ପାର୍କ ପୋଖରୀରୁ ଉଦ୍ଧାର କରାଯାଇଥିଲା I ସେ ସେପ୍ଟେମ୍ବର ୧୫ ରୁ ନିଖୋଜ ଥିବା ନେଇ ତାଙ୍କ ଭାଇ ସନ୍ଦୀପ ମିଞ୍ଜ ୧୭ ସେପ୍ଟେମ୍ବରରେ ଉଦିତନଗର ଥାନାରେ ଏତଲା ଦେଇଥିଲେ I ଏହାପରେ ୧୯ ତାରିଖ ଦିନ ଉଦିତନଗର ପୋଲିସ ତାଙ୍କୁ ଏକ ହୋଟେଲରୁ ଠାବ କରିଥିଲେ I ମାତ୍ର ସେ ତାଙ୍କ ଭାଇଙ୍କ ସହ ଯିବାକୁ ମନା କରିଦେଇଥିଲେ I କିନ୍ତୁ ସେହିଦିନ ଅପରାହ୍ନ ପ୍ରାୟ ୩ .୧୫ ସମୟରେ ପାର୍କର ଜଣେ ସୁରକ୍ଷାକର୍ମୀ ମୃତଦେହ ପୋଖରୀରେ ଭାସୁଥିବା ଦେଖି ପ୍ଲାଣ୍ଟସାଇଟ୍ ପୋଲିସକୁ ସୂଚନା ଦେଇଥିଲେ। ଅଗ୍ନିଶମ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ପୋଖରୀରୁ ମୃତଦେହ ବାହାର କରିଥିଲେ। ତେବେ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକେ ତାଙ୍କ ଅଫିସରେ ବରିଷ୍ଠ ଅଧିକାରୀଙ୍କ ନାଁରେ ଅଭିଯୋଗ କରିଥିଲେ I କିନ୍ତୁ ସୁସ୍ମିତାଙ୍କର ସ୍ୱାମୀଙ୍କ ସହିତ ବିବାହ ବିଚ୍ଛେଦ ଚାଲୁଥିବା କଥା ପୋଲିସ ସୂତ୍ରରୁ ଜଣାପଡିଥିଲା I




