ସରକାରୀ ବାସଭବନରୁ ବିଧାୟକଙ୍କ ସମ୍ପର୍କୀୟାଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର : ଘର ଭିତରୁ ବିଧାୟକଙ୍କ ଝିଆରୀଙ୍କ ମୃତ ଦେହ ଉଦ୍ଧାର I ଭୁବନେଶ୍ୱର ଖାରବେକନଗର ଏମଏଲଏ କ୍ୱାଟରରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି I ସେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ଯୁକ୍ତ ଦୁଇ କଳାର ଛାତ୍ରୀ ଥିଲେ। ତାଙ୍କ ଘର ମୟୁରଭଞ୍ଜ ମହୁଲଡିହା ରେ ବୋଲି ଜଣା ପଡିଛି I ନାବାଳିକା ଛାତ୍ରୀ ଏବଂ ତା’ର ଭାଇ ବିଧାୟକଙ୍କ ଘରେ ରହି ପାଠ ପଢ଼ୁଥିଲେ। ଗତକାଲି ବିଧାୟକଙ୍କ ଝିଆରୀ ପାଠପଢ଼ା ସାରି ଖାଇପିଇ […]
ଭୁବନେଶ୍ୱର : ଘର ଭିତରୁ ବିଧାୟକଙ୍କ ଝିଆରୀଙ୍କ ମୃତ ଦେହ ଉଦ୍ଧାର I ଭୁବନେଶ୍ୱର ଖାରବେକନଗର ଏମଏଲଏ କ୍ୱାଟରରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି I ସେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ଯୁକ୍ତ ଦୁଇ କଳାର ଛାତ୍ରୀ ଥିଲେ। ତାଙ୍କ ଘର ମୟୁରଭଞ୍ଜ ମହୁଲଡିହା ରେ ବୋଲି ଜଣା ପଡିଛି I
ନାବାଳିକା ଛାତ୍ରୀ ଏବଂ ତା’ର ଭାଇ ବିଧାୟକଙ୍କ ଘରେ ରହି ପାଠ ପଢ଼ୁଥିଲେ। ଗତକାଲି ବିଧାୟକଙ୍କ ଝିଆରୀ ପାଠପଢ଼ା ସାରି ଖାଇପିଇ ନିଜ ରୁମ୍ରେ ଶୋଇଥିଲେ। ଆଜି ସକାଳେ କବାଟ ନ ଖୋଲିବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ଏନେଇ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ତାଡ଼ି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ଓ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଜଣା ପଡି ନଥିବାବେଳେ,ଖାରବେଲନଗର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଲାଇଛି I




