ସରକାରୀ ବାବୁଙ୍କ ଘରୁ ଲୁଟ ,ଲକ୍ଷାଧିକ ଟଙ୍କା ସହ ନେଇଗଲେ ସୁନା ଗହଣା
ଭୁବନେଶ୍ୱର : ଗତ କିଛିଦିନ ଧରି ରାଜଧାନୀରେ ଚାଲିଛି ସିରିଜ ଲୁଟ I ରାତି ଅଧରେ ଘରେ କଳାକନା ବୁଲାଇଲେ ଲୁଟେରା I ନେଇଗଲେ ନଗଦ ଦେଢ଼ ଲକ୍ଷ ଟଙ୍କା ସହ ୮ ଲକ୍ଷ ଟଙ୍କାର ସୁନା ଗହଣା I ଘଟଣା ଘଟିଛି ଭୁବନେଶ୍ୱର ଗଣ୍ଡମୁଣ୍ଡା ଅଞ୍ଚଳରେ I ଲୁଟର ଶିକାର ହୋଇଛନ୍ତି ଛୋଟେଲାଲ ଶର୍ମା I ସେ ପଞ୍ଚାୟତ ରାଜ ବିଭାଗର ଅତିରିକ୍ତ ନିର୍ଦେଶକ ରହିଛନ୍ତି I ଗତକାଲି ରାତିରେ ଘରେ ଶୋଇଥିବାବେଳେ ଘରୁ ଲୁଟ […]
ଭୁବନେଶ୍ୱର : ଗତ କିଛିଦିନ ଧରି ରାଜଧାନୀରେ ଚାଲିଛି ସିରିଜ ଲୁଟ I ରାତି ଅଧରେ ଘରେ କଳାକନା ବୁଲାଇଲେ ଲୁଟେରା I ନେଇଗଲେ ନଗଦ ଦେଢ଼ ଲକ୍ଷ ଟଙ୍କା ସହ ୮ ଲକ୍ଷ ଟଙ୍କାର ସୁନା ଗହଣା I ଘଟଣା ଘଟିଛି ଭୁବନେଶ୍ୱର ଗଣ୍ଡମୁଣ୍ଡା ଅଞ୍ଚଳରେ I ଲୁଟର ଶିକାର ହୋଇଛନ୍ତି ଛୋଟେଲାଲ ଶର୍ମା I ସେ ପଞ୍ଚାୟତ ରାଜ ବିଭାଗର ଅତିରିକ୍ତ ନିର୍ଦେଶକ ରହିଛନ୍ତି I ଗତକାଲି ରାତିରେ ଘରେ ଶୋଇଥିବାବେଳେ ଘରୁ ଲୁଟ କରିଛନ୍ତି ଦୁର୍ବୁତ୍ତ I ଏନେଇ ସେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଁଚି ଘଟଣାର ତଦନ୍ତ ଚଳାଇବା ସହ ନିକଟସ୍ଥ ସିସିଟିଭି ଫୁଟେଜ ଯାଞ୍ଚ କରୁଛି I




