ସମୁଦ୍ର ଭିତରେ କୋକେନ ଖୋଜା ଜାରି
ପାରାଦୀପ : ଜାହାଜରୁ ଵିପୁଳ ପରିମାଣରେ କୋକେନ ଜବତ ଘଟଣା I ଜୋରଦାର ଚାଲିଛି ତନାଘନା I ପାଣିଟାଙ୍କିରେ ଖୋଜା ଚାଲିଛି କୋକେନ । ପିଆଇସିଟି ବର୍ଥରେ ଭାରତୀୟ ତଟରକ୍ଷୀ ବାହିନୀର ସ୍ୱତନ୍ତ୍ର ସମୁଦ୍ର ବୁଡ଼ାଳି ସ୍କୁବାମ୍ୟାନଙ୍କ ସହାୟତାରେ ଚାଲିଛି ଖୋଜା । ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ ମଧ୍ୟରେ ଷ୍ଟିଲ କଏଲ ନେଇ ଡେନମାର୍କ ଯିବାକୁ ଥିବା ଭେସେଲ ଦେବୀରୁ ୨୨୦ କୋଟି ଟଙ୍କାର କୋକେନ ମିଳିବା ଘଟଣା ଆହୁରି ରୋଚକ ମୋଡ଼ ନେଇଛି । […]
ପାରାଦୀପ : ଜାହାଜରୁ ଵିପୁଳ ପରିମାଣରେ କୋକେନ ଜବତ ଘଟଣା I ଜୋରଦାର ଚାଲିଛି ତନାଘନା I ପାଣିଟାଙ୍କିରେ ଖୋଜା ଚାଲିଛି କୋକେନ । ପିଆଇସିଟି ବର୍ଥରେ ଭାରତୀୟ ତଟରକ୍ଷୀ ବାହିନୀର ସ୍ୱତନ୍ତ୍ର ସମୁଦ୍ର ବୁଡ଼ାଳି ସ୍କୁବାମ୍ୟାନଙ୍କ ସହାୟତାରେ ଚାଲିଛି ଖୋଜା । ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ ମଧ୍ୟରେ ଷ୍ଟିଲ କଏଲ ନେଇ ଡେନମାର୍କ ଯିବାକୁ ଥିବା ଭେସେଲ ଦେବୀରୁ ୨୨୦ କୋଟି ଟଙ୍କାର କୋକେନ ମିଳିବା ଘଟଣା ଆହୁରି ରୋଚକ ମୋଡ଼ ନେଇଛି । ଗତ ୧ ତାରିଖରେ ଜାହାଜର କ୍ରେନ ଚାମ୍ବରରୁ ମିଳିଥିବା ଏହି କୋକେନକୁ ନେଇ ୧୧ ଦିନ ହେବ କଷ୍ଟମ ବିଭାଗ, ଏନସିବି ଓ ବିଭିନ୍ନ ତଦନ୍ତକାରୀ ସଂସ୍ଥା ତଦନ୍ତ ଚଳାଇଥିବା ବେଳେ ସାମ୍ପଲ ଟେଷ୍ଟ ପାଇଁ କୁଜଙ୍ଗ କୋର୍ଟଙ୍କ ଅନୁମତି ମିଳିଛି ।
ଗତକାଲି ସନ୍ଧ୍ୟାଠାରୁ ଭାରତୀୟ ତଟରକ୍ଷୀ ବାହିନୀର ସ୍ଵତନ୍ତ୍ର ସମୁଦ୍ର ବୁଡ଼ାଳି ସ୍କୁବା ମ୍ୟାନଙ୍କ ସହାୟତା ନିଆଯାଇଛି କୋକେଲ ଖୋଜିବା ପାଇଁ । ସେହିପରି ଏବେ ୧୦ ଜଣଙ୍କୁ ସ୍କାନରକୁ ନିଆଯାଇଛି । ସୀମା ଶୁଳ୍କ ବିଭାଗର ଚଢ଼ଉବେଳେ ଜାହାଜର କ୍ରିୟୁ ମେମ୍ବର ମାନେ କୋକେନ ପ୍ୟାକେଟ ପାଣି ଭିତରକୁ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି I କାରଣ ସମୁଦାୟ ୨୩ ପ୍ୟାକେଟ କୋକେନ ମଧ୍ୟରୁ ୨୨ ପ୍ୟାକେଟ କୋକେନ ଜବତ ହୋଇଥିବାବେଳେ ଆଉ ୧ ପ୍ୟାକେଟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ I




