ଶାବଳରେ ପିଟି ବାପାକୁ ହତ୍ୟା କଲା ପୁଅ

ବାସୁଦେବପୁର : ଶାବଳରେ ପିଟି ପିଟି ବାପାଙ୍କୁ ହତ୍ୟା କଲା ପୁଅ। କସିଆ ସାମୁଦ୍ରିକ ଥାନା ବୁଢୀ ଛକରେ ମଙ୍ଗଳବାର ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଦୁଃଖିଶ୍ୟାମ ମଣ୍ଡଳ। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କଷିଆ ସାମୁଦ୍ରିକ ଥାନା ଅଧିନ ଗୋପବନ୍ଧୁ ନଗର ପଞ୍ଚାୟତର ଶାସମଲଘେରୀ ଗ୍ରାମରେ ଘଟିଛ ଏହି ଘଟଣା ଆଜି ପାରିବାରିକ କଳହ ପରେ ଦୁଃଖିଶ୍ୟାମ ମଣ୍ଡଳ ଓ ପୁଅ ମଧ୍ୟରେ କଳହ […]

ଶାବଳରେ ପିଟି ବାପାକୁ ହତ୍ୟା କଲା ପୁଅ
Samaya Live Picture
Published On

ବାସୁଦେବପୁର : ଶାବଳରେ ପିଟି ପିଟି ବାପାଙ୍କୁ ହତ୍ୟା କଲା ପୁଅ। କସିଆ ସାମୁଦ୍ରିକ ଥାନା ବୁଢୀ ଛକରେ ମଙ୍ଗଳବାର ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଦୁଃଖିଶ୍ୟାମ ମଣ୍ଡଳ। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କଷିଆ ସାମୁଦ୍ରିକ ଥାନା ଅଧିନ ଗୋପବନ୍ଧୁ ନଗର ପଞ୍ଚାୟତର ଶାସମଲଘେରୀ ଗ୍ରାମରେ ଘଟିଛ ଏହି ଘଟଣା

ଆଜି ପାରିବାରିକ କଳହ ପରେ ଦୁଃଖିଶ୍ୟାମ ମଣ୍ଡଳ ଓ ପୁଅ ମଧ୍ୟରେ କଳହ ହୋଇଥିଲା । ଉତ୍ୟକ୍ତ ପୁଅ ବାଇଧର ମଣ୍ଡଳ ଶାବଳରେ ବାପାର ମୁଣ୍ଡକୁ ମାଡ ମାରିଥିଲା । ବାପାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପଡୋଶୀ ମାନେ ପହଞ୍ଚି ସଂଜ୍ଞାହୀନ ଅବସ୍ଥାରେ ଦୁଃଖିଶ୍ୟାମକୁ ବାସୁଦେବପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୄତ ଘୋଷଣା କରିଥିଲେ ।

ସେହିପରି କାମାକ୍ଷାନଗର କଙ୍କଡାହାଡ ଥାନା ବାଲିସାହି ଗାଁରେ ଘଟିଛି ଅଭାବନୀୟ ଘଟଣା । ନାତିର କାଠଫାଳିଆ ମାଡ଼ରେ ଜେଜେ ମାଆଙ୍କର ମୃତ୍ୟୁ ଘଟିଛି । ଗତକାଲି ରାତିରେ ନାତି ଲିଙ୍କୁ ସିଂ ନିଶା ସେବନ ପାଇଁ ଜେଜେମା’ଶ୍ରୀମତୀ ବେୱାଙ୍କୁ ଟଙ୍କା ମାଗିଥିଲେ । କିନ୍ତୁ ଜେଜେମା ଟଙ୍କା ଦେବାକୁ ମନା କରିବାରୁ ଲିକୁ ଉତ୍ତ୍ୟକ୍ତ ହୋଇ ଏକ କାଠଫାଳିଆରେ ଜେଜେମାକୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜେଜେମାଙ୍କର ମୃତ୍ୟୁ ଘଟିଥିଲା। ଏପରିକି ଲିକୁ ନିଜ ମାଆ ଚମ୍ପା ସିଂଙ୍କୁ ବି ଆକ୍ରମଣ କରିବାକୁ ପଛାଇନଥିଲେ। ତାଙ୍କ ଛାତି ଏବଂ ପିଠିରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ କଙ୍କଡାହାଡ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Tags: