ରେଳ ଧାରଣାରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ଘଟଣା,୫ ଗିରଫ

ସୁନ୍ଦରଗଡ: ରେଳଧାରଣାରୁ ୪ ମୃତଦେହ ମିଳିବା ଘଟଣାରେ ହଟିଲା ପରଦା I ଏହି ଘଟଣାରେ ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ଝାଡ଼ଖଣ୍ଡ ପୋଲିସ । ପାରିବାରିକ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହତ୍ୟା ପଛରେ ଘରୋଇ ବିବାଦ ଏବଂ ଏକ ତେନ୍ତୁଳି ଗଛ ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ସୂଚନାନୁସାରେ, ୧୭ ତାରିଖ ଦିନ ଓଡ଼ିଶା-ଝାଡଖଣ୍ଡ ସୀମା ପଶ୍ଚିମ ସିଂହଭୂମ ଜିଲାର ଚକ୍ରଧରପୁର ରେଳ […]

Samaya Live Picture
Published On

ସୁନ୍ଦରଗଡ: ରେଳଧାରଣାରୁ ୪ ମୃତଦେହ ମିଳିବା ଘଟଣାରେ ହଟିଲା ପରଦା I ଏହି ଘଟଣାରେ ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ଝାଡ଼ଖଣ୍ଡ ପୋଲିସ । ପାରିବାରିକ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହତ୍ୟା ପଛରେ ଘରୋଇ ବିବାଦ ଏବଂ ଏକ ତେନ୍ତୁଳି ଗଛ ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି ।

ସୂଚନାନୁସାରେ, ୧୭ ତାରିଖ ଦିନ ଓଡ଼ିଶା-ଝାଡଖଣ୍ଡ ସୀମା ପଶ୍ଚିମ ସିଂହଭୂମ ଜିଲାର ଚକ୍ରଧରପୁର ରେଳ ବିଭାଗ ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ନିକଟରେ ୪ ଜଣଙ୍କ ମୃତଦେହ ଠାବ ହୋଇଥିଲା । ଗୋଟିଏ ଅଖା ଭିତରେ ଖଣ୍ଡ ବିଖଣ୍ଡିତ ହୋଇ ସ୍ୱାମୀ ସ୍ତ୍ରୀଙ୍କର ମୃତଦେହ ରେଳ ଧାରଣାରେ ପଡିଥିବାବେଳେଳ ଦୁଇ ପିଲାଙ୍କର ଖୋଲାରେ ପଡିଥିଲା Iମୃତଦେହ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛଥିଲା । ହତ୍ୟା ଅଭିଯୋଗରେ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମଙ୍ଗଲ ସିଂ ସିଙ୍କୁ, ମୋଟ୍ରା ସିଙ୍କୁ, ଜୋଜେନ ସିଙ୍କୁ, ସୋମା ସିଙ୍କୁ ଏବଂ ଟୁପାରା ସିଙ୍କୁ ଅଛନ୍ତି। ଏମାନେ ସମସ୍ତେ ମୃତକଙ୍କ ସମ୍ପର୍କୀୟ ତଥା ଭାଉଜ,ଦିଅର ଓ କକା ଶ୍ୱଶୁର ଅଛନ୍ତି I ପୋଲିସ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହଜାର କରି ଜେଲକୁ ପଠାଇ ଦେଇଛି I

Tags: