ରାସ୍ତା ମଝିରେ ରିଲସ କରି ତଣ୍ଡ ଗଣିଲେ

ବାଲେଶ୍ୱର : ରିଲସ କରି ତଣ୍ଡ ଗଣିଲେ ଯୁବକ I ସ୍କେଟିଂ ସୁ ପିନ୍ଧି ରାସ୍ତା ମଝିରେ କରୁଥିଲେ ରିଲସ ଏହା ସହିତ ତାଙ୍କୁ ବାଇକ ରେ ଆସି ଆଉ ଜଣେ କରୁଥିଲେ ସହଯୋଗ I ପୋଲିସ ହାବୁଡ଼ରେ ପଡିବାରୁ ଜାଣିଛନ୍ତି ସାଢେ ତିନି ହଜାର ଫାଇନ I ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସହଦେଵ ଖୁଣ୍ଟା ଥାନା ଅଞ୍ଚଳରେ I ଘଟନାନୁସାରେ,ବାଲେଶ୍ୱର ଟାଉନ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଜନୈକ ୨ ଜଣ ଯୁବକ ଗତ ରାତିରେ […]

Samaya Live Picture
Published On

ବାଲେଶ୍ୱର : ରିଲସ କରି ତଣ୍ଡ ଗଣିଲେ ଯୁବକ I ସ୍କେଟିଂ ସୁ ପିନ୍ଧି ରାସ୍ତା ମଝିରେ କରୁଥିଲେ ରିଲସ ଏହା ସହିତ ତାଙ୍କୁ ବାଇକ ରେ ଆସି ଆଉ ଜଣେ କରୁଥିଲେ ସହଯୋଗ I ପୋଲିସ ହାବୁଡ଼ରେ ପଡିବାରୁ ଜାଣିଛନ୍ତି ସାଢେ ତିନି ହଜାର ଫାଇନ I ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସହଦେଵ ଖୁଣ୍ଟା ଥାନା ଅଞ୍ଚଳରେ I

ଘଟନାନୁସାରେ,ବାଲେଶ୍ୱର ଟାଉନ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଜନୈକ ୨ ଜଣ ଯୁବକ ଗତ ରାତିରେ ରାସ୍ତାରେ ଯାଉଥିବା ବେଳେ ଅନ୍ୟ ଜଣେ ଯୁବକ ବାଇକ୍ କୁ ପଛରୁ ଧରି ସ୍କେଟିଂ କରୁଥିଲେ । ଆଉ ଏହାକୁ ଭିଡିଓ କରୁଥିଲେ ବାଇକ ପଛରେ ବସିଥିବା ଯୁବକ । ସ୍କେଟିଂ ଦୃଶ୍ୟ କୁ ବିଭିନ୍ନ ଆଙ୍ଗଲରେ ଉତ୍ତୋଳନ କରୁଥିଲେ ସେହି ବାଇକ୍ ପଛରେ ବସିଥିବା ଯୁବକ । ଖାଲି ସେତିକି ନୁହଁ ରାସ୍ତାରେ ଯାଉଥିବା ଯାତ୍ରୀ ମାନେ ମଧ୍ୟ ଏହି ଦୃଶ୍ୟ କୁ ଉତ୍ତୋଳନ କରୁଥିଲେ । ଏ ଦୃଶ୍ୟ ବାଲେଶ୍ଵର ବସଷ୍ଟାଣ୍ଡରୁ ରେମୁଣା ଯିବା ଜନଗହଳି ପୁର୍ଣ୍ଣ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ତେବେ ମୋଟର ସାଇକେଲରେ ସହଯୋଗ କରୁଥିବା ଯୁବକ ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିଲେ । ବିନା ଅନୁମତିରେ ରାସ୍ତାରେ ଷ୍ଟଣ୍ଟ କରିବା, ହେଲମେଟ୍‌ ନ ପିନ୍ଧିବା ଓ ସାଧାରଣ ଅପରାଧ କରିବା ଅଭିଯୋଗରେ ସ୍ଥାନୀୟ ପୋଲିସ ଗତକାଲି ମୋଟରସାଇକେଲ ମାଲିକଙ୍କ ଉପରେ ୩୫୦୦ ଟଙ୍କାର ଜରିମାନା କରିଛନ୍ତି । ଏହାର ଭିଡିଓ ସାମ୍ନାକୁ ଆସିବା ପରେ ବାଇକ ଚାଳକଙ୍କୁ ଜୋରିମIନା କରିଥିଲେ ଟ୍ରାଫିକ ପୋଲିସ I

Tags: