ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ : ରାସ୍ତା ପାର୍ଶ୍ୱ ବାଲିଗଦା ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର I ଗତକାଲି ବିଳମ୍ବିତ ରାତିରେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି I ଅନୁଗୁଳ ଜିଲ୍ଲା ଛେଳିଆପଡା ଗାଁରେ ନିର୍ମାଣଧିନ ଏକ ଘର ଆଗରେ ପଡିଥିବା ବାଲିଗଦା ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ କାଙ୍ଗୁଲା ଗାଁର ସଂଗ୍ରାମ ବେହେରା। ମୃତଦେହ ମିଳିବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା I ସୂଚନା ଅନୁସାରେ, ଘର ଲୋକଙ୍କ କହିବା […]

Samaya Live Picture
Published On

ଅନୁଗୁଳ : ରାସ୍ତା ପାର୍ଶ୍ୱ ବାଲିଗଦା ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର I ଗତକାଲି ବିଳମ୍ବିତ ରାତିରେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି I ଅନୁଗୁଳ ଜିଲ୍ଲା ଛେଳିଆପଡା ଗାଁରେ ନିର୍ମାଣଧିନ ଏକ ଘର ଆଗରେ ପଡିଥିବା ବାଲିଗଦା ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ କାଙ୍ଗୁଲା ଗାଁର ସଂଗ୍ରାମ ବେହେରା। ମୃତଦେହ ମିଳିବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା I

ସୂଚନା ଅନୁସାରେ, ଘର ଲୋକଙ୍କ କହିବା କଥା ଗତକାଲି ତାଙ୍କ ଘର ନିର୍ମାଣ କାମ ଚାଲିଥିବା ବେଳେ ସଂଗ୍ରାମ ମିସ୍ତ୍ରୀ ଓ ଲେବରଙ୍କ ଖାଇବା ପିଇବା କଥା ବୁଝିସାରି ମଣ୍ଡପରେ ଶୋଇବାକୁ କହି ଘରୁ ବାହାରି ଆସିଥିଲା। ହେଲେ ଆଜି ସକାଳୁ ତାଙ୍କ ମୃତଦେହ ମିଳିଥିଲା। ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଏହାକୁ ନେଇ ଅନୁଗୁଳ ଆଠଗଡ଼ ରାସ୍ତା ଅବରୋଧ କରିଛନ୍ତି ଲୋକ। ସଠିକ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆନ୍ଦୋଳନକାରୀ।

Tags: