ରାସ୍ତାରୁ ଉଲଗ୍ଣ ଅବସ୍ଥାରେ ମା ଝିଅ ଉଦ୍ଧାର ହେବା ଘଟଣା,ସମ୍ପର୍କୀୟ ଦେଉଥିଲା ଯୋଉଁ ନିର୍ଯ୍ୟାତନା
ସୁନ୍ଦରଗଡ଼ : ଦିଅର ଦେଉଥିଲା ଅକଥନୀୟ ଯୌନ ନିର୍ଯ୍ୟାତନା I ମା’ଛାଡ ନିଜର ୩ ଝିଆରୀଙ୍କ ଉପରେ ବି ପକାଇଥିଲା ଖରାପ ନଜର I ଦିନକୁ ଦିନ ଅସହ୍ୟ ହେଉଥିଲା ନିର୍ଯ୍ୟାତନା I ଦିଅରର ନିର୍ଯ୍ୟାତନା ଅସହ୍ୟ ହେବାରୁ ନିଜର ୨୪ ବର୍ଷୀର ମୁକ ଝିଅକୁ ଧରି ୧୦୦କିମି ଚାଲି ଚାଲି ଉଲଗ୍ଣ ଅବସ୍ଥାରେ ଆସି ପହଁଚିଥିଲେ ସୁନ୍ଦରଗଡ଼ରେ I ଗତ ୬ ତାରିଖ ସୁନ୍ଦରଗଡ଼ ଜନଗହଳିପୂର୍ଣ୍ଣ ରାସ୍ତାରୁ ଝାଡ଼ଖଣ୍ଡ ରାଜ୍ୟର ୨ ନିବସ୍ତ୍ର ମହିଳାଙ୍କୁ ଉଦ୍ଧାର […]
ସୁନ୍ଦରଗଡ଼ : ଦିଅର ଦେଉଥିଲା ଅକଥନୀୟ ଯୌନ ନିର୍ଯ୍ୟାତନା I ମା’ଛାଡ ନିଜର ୩ ଝିଆରୀଙ୍କ ଉପରେ ବି ପକାଇଥିଲା ଖରାପ ନଜର I ଦିନକୁ ଦିନ ଅସହ୍ୟ ହେଉଥିଲା ନିର୍ଯ୍ୟାତନା I ଦିଅରର ନିର୍ଯ୍ୟାତନା ଅସହ୍ୟ ହେବାରୁ ନିଜର ୨୪ ବର୍ଷୀର ମୁକ ଝିଅକୁ ଧରି ୧୦୦କିମି ଚାଲି ଚାଲି ଉଲଗ୍ଣ ଅବସ୍ଥାରେ ଆସି ପହଁଚିଥିଲେ ସୁନ୍ଦରଗଡ଼ରେ I ଗତ ୬ ତାରିଖ ସୁନ୍ଦରଗଡ଼ ଜନଗହଳିପୂର୍ଣ୍ଣ ରାସ୍ତାରୁ ଝାଡ଼ଖଣ୍ଡ ରାଜ୍ୟର ୨ ନିବସ୍ତ୍ର ମହିଳାଙ୍କୁ ଉଦ୍ଧାର କରିଥିଲେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ I ମା’ଓ ଝିଅ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଚାଲି ଚାଲି ଯାଉଥିଲେ ମଧ୍ୟ ଲୋକେ ଲଜ୍ଜ୍ୟା ନିବାରଣ ପରିବର୍ତ୍ତେ ସାଜିଥିଲେ ଦେଖଣାହାରୀ I
ଉଦ୍ଧାର ସମୟରେ ଦୁଇଜଣଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା, ସେମାନଙ୍କ ମୁହଁରୁ କୌଣସି କଥା ବି ବାହାରୁନଥିଲା। ଚିକିତ୍ସା ପରେ ମା’ ମୁହଁ ଖୋଲିଛନ୍ତି। ଜଣାପଡ଼ିଛି, ଏମାନେ ସମ୍ପର୍କରେ ମା’ ଓ ଝିଅ। ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟରେ ସେମାନଙ୍କ ଘର। ସେମାନଙ୍କ ନାମ ବି କହିଛନ୍ତି। ପରିବାରରେ ମା’ ଓ ତିନିଝିଅ ରହିଛନ୍ତି। ମା’ ଓ ତାଙ୍କ ୩ ଝିଅଙ୍କୁ ଗଁାର ମିଥୁନ ନାମକ ଜଣେ ଯୁବକ ବାରମ୍ବାର ଦୁଷ୍କର୍ମ କରୁଥିବା କଥା ସୂଚନା ମିଳିଥିଲା। ୨ ଦିନର ଚିକିତ୍ସା ଓ ଏକ ବିଶେଷଜ୍ଞ ଦଳର କାଉନ୍ସେଲିଂ ପରେ ମହିଳା ମୁହଁ ଖୋଲିଛନ୍ତି । ମହିଳାଙ୍କ କହିବା ଅନୁସାରେ, ଯୌନରାକ୍ଷସ ମିଥୁନ ହେଉଛି ତାଙ୍କ ଦିଅର। ସେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ପରେ ଝିଅମାନଙ୍କ ଇଜ୍ଜତ ଉପରେ ମଧ୍ୟ ହାତ ଦେଇଥିଲା।୨ ଜଣ ଚାଲି ଆସିଥିବାବେଳେ ଅନ୍ୟ ୨ ଝିଅ କେମିତି ଅଛନ୍ତି ସେ କଥା ମା’ଙ୍କୁ ଜଣାନାହିଁ। ଘରେ ତାଙ୍କର ଅନ୍ୟ ଦୁଇ ଝିଅଙ୍କ ସହିତ ଜଣେ ସାନ ପୁଅ ରହିଥିବା କଥା ମହିଳା କହିଛନ୍ତି Iଗଣମାଧ୍ୟମରେ ଏହି ସମ୍ବେଦନଶୀଳ ଖବରଟି ପ୍ରକାଶ ପାଇବା ପରେ ଶନିବାର ସଦରଥାନା ପୁଲିସ ଆସ୍ଥାଗୃହକୁ ଯାଇ ମହିଳାଙ୍କ ବୟାନ ନେଇଛି। ଏହି ବର୍ବର ଘଟଣାର ସତ ସାମ୍ନାକୁ ଆଣି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟିକା ଶ୍ରୀମତୀ ଟେଟେ ଦାବି କରିଛନ୍ତି।
ଏହି ସମ୍ବେଦନଶିଳ ଘଟଣା ସାମ୍ନାକୁ ଆସିବା ପରେ ପୋଲିସର ଖୋଳତାଡ଼ ଆରମ୍ଭ ହୋଇଛି । ପଡୋଶୀ ରାଜ୍ୟ ଛତିଶଗଡ, ଝାଡ଼ଖଣ୍ଡ ଓ ପଡୋଶୀ ଜିଲ୍ଲାର ସମସ୍ତ ଥାନାକୁ ଫଟୋ ପଠାଇଲା ସୁନ୍ଦରଗଡ଼ ପୋଲିସ । ଦୁଷ୍କର୍ମ ନେଇ ପୋଲିସ ନିକଟରେ କୌଣସି ସଠିକ୍ ସୂଚନା ନଥିବା କହିଛନ୍ତି ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର । ଏହି ଘଟଣାର ପ୍ରାରମ୍ଭିକ ତଦନ୍ତ କରାଯାଇଛି । ଆହୁରି ତଦନ୍ତ ଏବଂ କାଉନସେଲିଂ ପରେ ସଠିକ୍ ତଥ୍ୟ ସାମ୍ନା କୁ ଆସିବା ନେଇ ଏସପି ସୂଚନା ଦେଇଛନ୍ତି ।
ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଆସ୍ଥା ଗୃହକୁ ଯାଇ ମହିଳାଙ୍କ ବୟାନ ରେକର୍ଡ କରିବା ସହ ତଦନ୍ତ ପ୍ରକିୟାକୁ ଆଗକୁ ବଢ଼ାଇଛି । ଅନ୍ୟପଟେ ଆସ୍ଥା ଗୃହର ଅଧିକାରୀ କହିଛନ୍ତି ଦୁଇ ମା’ ଓ ଝିଅଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଛି ।




