ରାଜନଗର ଥାନା ASI ନିଲମ୍ବିତ

କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ସୁଧୁରୁ ନାହାନ୍ତି ଥାନା ବାବୁ । ଭୁବନେଶ୍ୱର ଭରତପୁର ଥାନା ବିବାଦ ଘଟଣା ପରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନାରେ ପୁଣି ପୁଲିସ ବାବୁଙ୍କ ଜୁଲୁମ । ସ୍ଥାନୀୟ ହଂସୁଆଗୁଳା ଗାଁର ଜଣେ ବ୍ୟବସାୟୀ ପ୍ରମୋଦ କୁମାର ବିଶ୍ୱାଳଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ଅଭିଯୋଗ ପରେ ରାଜନଗର ଥାନା ASI ନରେନ୍ଦ୍ର କୁମାର ସିଂ ଙ୍କୁ ସସ୍‌ପେଣ୍ଡ୍‌ କରିଛନ୍ତି କେନ୍ଦ୍ରାପଡ଼ା ଏସପି । ଏହା ସହିତ ASIଙ୍କ ନାଁରେ […]

Samaya Live Picture
Published On

କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ସୁଧୁରୁ ନାହାନ୍ତି ଥାନା ବାବୁ । ଭୁବନେଶ୍ୱର ଭରତପୁର ଥାନା ବିବାଦ ଘଟଣା ପରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନାରେ ପୁଣି ପୁଲିସ ବାବୁଙ୍କ ଜୁଲୁମ । ସ୍ଥାନୀୟ ହଂସୁଆଗୁଳା ଗାଁର ଜଣେ ବ୍ୟବସାୟୀ ପ୍ରମୋଦ କୁମାର ବିଶ୍ୱାଳଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ଅଭିଯୋଗ ପରେ ରାଜନଗର ଥାନା ASI ନରେନ୍ଦ୍ର କୁମାର ସିଂ ଙ୍କୁ ସସ୍‌ପେଣ୍ଡ୍‌ କରିଛନ୍ତି କେନ୍ଦ୍ରାପଡ଼ା ଏସପି । ଏହା ସହିତ ASIଙ୍କ ନାଁରେ ରୁଜୁ ମାମଲା ହୋଇଥିବା ବେଳେ ବିଭାଗୀୟ ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତ ୨୮ ତାରିଖ ରାତିରେ ପ୍ରମୋଦ ହଂସୁଆଗୁଳା ସ୍ଥିତ ତାଙ୍କ ଦୋକାନ ବନ୍ଦ କରୁଥିବା ସମୟରେ ନାଇଟ ପାଟ୍ରୋଲିଂ କରୁଥିବା ଏକ ପୁଲିସ ଗାଡି ଆସି ତାଙ୍କୁ ଜଣେ ବ୍ୟକ୍ତିଙ୍କ ଠିକଣା ପଚାରିଥିଲା । ତେବେ ପ୍ରମୋଦଙ୍କ ଠାରୁ ଉକ୍ତ ବ୍ୟକ୍ତିଙ୍କ ଠିକଣା ନେଇ ଗାଡି ଗାଁ ଭିତରକୁ ଯାଇ ପୁଣି କିଛି ସମୟ ପରେ ଫେରି ଆସି ପ୍ରମୋଦଙ୍କୁ ଦୋକାନ ଭିତରୁ ଟାଣି ଆଣି ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରିଥିଲା । ପୁଲିସ ମାଡ଼ରେ ପ୍ରମୋଦ ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ହସ୍ପିଟାଲରେ ଭର୍ତି କରିଥିଲେ । ଏହି ଘଟଣାରେ ପରିବାର ଲୋକେ ନ୍ୟାୟ ପାଇଁ କେନ୍ଦ୍ରାପଡା ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ କ୍ରମେ ରାଜନଗର ଥାନା ASI ନରେନ୍ଦ୍ର କୁମାର ସିଂଙ୍କୁ ସସପେଣ୍ଡ୍‌ କରିଛନ୍ତି କେନ୍ଦ୍ରାପଡ଼ା ଏସପି ।

Tags: