ରାଜଧାନୀରେ ବାୱରିଆ ଗ୍ୟାଙ୍ଗ,ଚିହ୍ନଟ ହେଲା ଅଭିଯୁକ୍ତ

ଭୁବନେଶ୍ୱର : ରାଜଧାନୀରେ ବଢିଚାଲିଛି ବାୱରିଆ ଗ୍ୟାଙ୍ଗର ଦୌରାତ୍ମ୍ୟ । ନିର୍ଭୟରେ କରୁଥିଲେ ଛିନତାଇ ସାଙ୍ଗକୁ ଲୁଟପାଟ I ନିକଟରେ ବଡଗଡ ଅଞ୍ଚଳର ଜଣେ ମହିଳା ଲୁଟ ପାଟର ଶିକାର ହୋଇଥିଲେ I ଲୁଟ୍‌ର ସିସିଟିଭି ଫୁଟେଜ୍‌ ଭାଇରାଲ୍‌ ହେବା ପରେ ପୁଲିସ ଏହି ଲୁଟେରା ଦଳର ୪ ଜଣଙ୍କୁ ଗିରଫ କରିଥିଲା । ଏନେଇ ମହିଳା ଜଣକ ଅଭିଯୋଗ କରିବା ପରେ,ଭୁବନେଶ୍ୱର ଝାରପଡା ଜେଲରେ ଟିଆଇ ପରେଡ ହୋଇଥିଲା । ଅଭିଯୋଗକାରୀ ମହିଳା ଜଣକ ଲୁଟେରାକୁ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ବଢିଚାଲିଛି ବାୱରିଆ ଗ୍ୟାଙ୍ଗର ଦୌରାତ୍ମ୍ୟ । ନିର୍ଭୟରେ କରୁଥିଲେ ଛିନତାଇ ସାଙ୍ଗକୁ ଲୁଟପାଟ I ନିକଟରେ ବଡଗଡ ଅଞ୍ଚଳର ଜଣେ ମହିଳା ଲୁଟ ପାଟର ଶିକାର ହୋଇଥିଲେ I ଲୁଟ୍‌ର ସିସିଟିଭି ଫୁଟେଜ୍‌ ଭାଇରାଲ୍‌ ହେବା ପରେ ପୁଲିସ ଏହି ଲୁଟେରା ଦଳର ୪ ଜଣଙ୍କୁ ଗିରଫ କରିଥିଲା । ଏନେଇ ମହିଳା ଜଣକ ଅଭିଯୋଗ କରିବା ପରେ,ଭୁବନେଶ୍ୱର ଝାରପଡା ଜେଲରେ ଟିଆଇ ପରେଡ ହୋଇଥିଲା । ଅଭିଯୋଗକାରୀ ମହିଳା ଜଣକ ଲୁଟେରାକୁ ଚିନ୍ହିଥିଲେ I ଏମାନେ ଲୁଟ୍‌ କରି ସେହି ଟଙ୍କାରେ ପୁରୀରେ ଆୟସ କରୁଥିଲେ ।

କମିଶନରେଟ ପୁଲିସ ହାତରେ ଧରାପଡିଥିବା ଏହି ବାୱରିଆ ଗ୍ୟାଙ୍ଗଙ୍କ ନାଁରେ କେବଳ ଓଡ଼ିଶାରେ ୨୮ଟି ମାମଲାରେ ସମ୍ପୃକ୍ତି ଥିବା ବେଳେ, ରାଜ୍ୟ ବାହାରେ ସେମାନଙ୍କ ନାଁରେ ୧୦୦ରୁ ଅଧିକ ମାମଲା ରହିଛି । ମାମଲାର ମାଷ୍ଟରମାଇଣ୍ଡ ପ୍ରଦୀପ ଓ ବିକାଶ ନାଁରେ ଚେନ୍ନାଇ, ବେଙ୍ଗାଲୁରୁ ସହିତ ଜୟପୁରରେ ମାମଲା ରହିଛି । ସେହିଭଳି ଏମାନଙ୍କ ନାଁରେ ପାନିପଥ, ଝାଂଜରା ଓ କନ୍ନଲ ସହରରେ ସର୍ବାଧିକ ମାମଲା ରହିଛି ।

ଏହି ଦଳର ଅନ୍ୟ ସଦସ୍ୟ ଏବେ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ସ୍ୱତନ୍ତ୍ର ଦଳ ଗଠନ କରିଛି । ଗିରଫ ଲୁଟେରାମାନଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ସୋମବାର ହେବ ଆବେଦନ। ଏହା ସହିତ ରାଜ୍ୟ ବାହାରକୁ ଯିବା ପାଇଁ ୨ ଟି ଟିମ ଗଠନ ହୋଇଛି ।

Tags: