ରାଜଧାନୀରୁ ସିବିବିଆଇ ଅଧିକାରୀ କହି ଲୁଟ ଘଟଣାରେ ୩ ଗିରଫ

ଭୁବନେଶ୍ୱର : ନିଜକୁ ସିବିଆଇ ଅଧିକାରୀ କହି ଲୁଟ ଘଟଣାରେ ରାଜଧାନୀରୁ ୩ ଗିରଫ I ନିଜକୁ ସିବିଆଇ ଅଫିସର କହି ୨ କୋଟି ଟଙ୍କା ଲୁଟ୍ କରିଥିଲେ । ସେମାନଙ୍କ ନିକଟରୁ ୧ କୋଟି ୨ ଲକ୍ଷ ଟଙ୍କା ଉଦ୍ଧାର କରିବା ସହ, ଏହି ମାମଲାରେ ସମୁଦାୟ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ I ଗତ ରବିବାର ଦିନ ରାଜଧାନୀ ନନ୍ଦନ ବିହାର ଲୁଟ ମାମଲାର ପର୍ଦାଫାଶ କରିଥିଲା ପୋଲିସ I ଏହି […]

Samaya Live Picture
Published On

ଭୁବନେଶ୍ୱର : ନିଜକୁ ସିବିଆଇ ଅଧିକାରୀ କହି ଲୁଟ ଘଟଣାରେ ରାଜଧାନୀରୁ ୩ ଗିରଫ I ନିଜକୁ ସିବିଆଇ ଅଫିସର କହି ୨ କୋଟି ଟଙ୍କା ଲୁଟ୍ କରିଥିଲେ । ସେମାନଙ୍କ ନିକଟରୁ ୧ କୋଟି ୨ ଲକ୍ଷ ଟଙ୍କା ଉଦ୍ଧାର କରିବା ସହ, ଏହି ମାମଲାରେ ସମୁଦାୟ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ I

ଗତ ରବିବାର ଦିନ ରାଜଧାନୀ ନନ୍ଦନ ବିହାର ଲୁଟ ମାମଲାର ପର୍ଦାଫାଶ କରିଥିଲା ପୋଲିସ I ଏହି ଅଂଚଳରେ ନିବାରଣ ପାଣିଙ୍କ ଘରେ ନିଜକୁ ସିବିଆଇ ଅଧିକାରୀର ପରିଚୟ ଦେଇ ଡକାୟତ ଦଳ ଘରେ ପଶିବା ପରେ ଲୁଟପାଟ କରିଥିଲେ । ନଗଦ ୨ କୋଟି ଟଙ୍କା ସହ ବିପୁଳ ସୁନା ଗହଣା ଲୁଟିନେଇଥିଲେ ୯ ଜଣିଆ ଡକାୟତ ଦଳ I ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ତଦନ୍ତ ପରେ ପୋଲିସ ଏହି ଲୁଟ ଘଟଣାର ମାଷ୍ଟରମାଇଣ୍ଡ ନିବାରଣ ପାଣିଙ୍କ ସଂପର୍କୀୟ ଡ୍ରାଇଭର ବୋଲି ଜାଣିବାକୁ ପାଇଥିଲା । ଏହାପରେ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରଥମେ ୫ ଜଣ ଡକାୟତ ଓ ଏବେ ୩ ଜଣଙ୍କୁ ବାନ୍ଧିଛି । ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ଆଗରୁ ଗିରଫ କରିଥିଲା କମିସନରେଟ୍‌ ପୁଲିସ। ଅଭିଯୁକ୍ତମାନଙ୍କର ଝାରପଡ଼ା ଜେଲରେ ଟିଆଇ ପରେଡ ହେବ ବୋଲି ସୂଚନା ମିଳିଛି।

ଧରାପଡ଼ିଥିବା ପେସାଦାର ଡକାୟତମାନେ ହେଲେ ଅନୁଗୁଳ ରେଙ୍ଗାଲି ଡ୍ୟାମ୍‌ କଲୋନି ମନ୍ଦିରସାହି ଅଞ୍ଚଳର ହେମନ୍ତ କୁମାର ଧୀର (୩୨), ଲକ୍ଷ୍ମୀବଜାର ଅଞ୍ଚଳର ସନାତନ ନାୟକ ଓରଫ୍ ସନା (୪୨), ଭୁବନେଶ୍ବର ସାଲିଆସାହିରେ ରହୁଥିବା ଅନୁଗୁଳ ଅମଲାପଡ଼ାର ଅର୍‌ବାଜ ଖାଁ ଓରଫ୍ ବିଟୁ (୨୨), କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ତେଲେଙ୍ଗାବସନ୍ତର ସଞ୍ଜୟ ମଲ୍ଲିକ ଓରଫ୍ କାଳିଆ (୩୬) ଏବଂ ଭୁବନେଶ୍ବର ଲକ୍ଷ୍ମୀସାଗରରେ ରହୁଥିବା ଯାଜପୁର ବରୀ ଦରଘାର ଅଜ୍‌ମର ଅଲ୍ଲୀ ଓରଫ୍ ରାଜା (୪୮)। ସେମାନଙ୍କଠାରୁ ପୁଲିସ୍ ନଗଦ ୧କୋଟି ୨ଲକ୍ଷ ଟଙ୍କା ସହ ସୁନା ଗହଣା ଓ ଏକ ଅଟୋମେଟିକ୍ ପିସ୍ତଲ ଜବତ କରିଛି । ଏଣେ ଏହି ମାମଲାରେ ୨ କୋଟି ଟଙ୍କା ନଗଦ ଅର୍ଥ ନିବାରଣ ପାଣି କେଉଁଠୁ ଆଣିଲେ ବୋଲି ଆୟକର ବିଭାଗ ପଚରାଉଚରା କରିବ ବୋଲି ଜଣାଯାଇଛି।

Tags: