ରାଜଧାନୀରୁ ଦୁଇ ସ୍କୁଲ ଛାତ୍ରୀ ନିଖୋଜ
ଭୁବନେଶ୍ୱର : ସ୍କୁଲରୁ ନିଖୋଜ ହେଲେ ୨ ଛାତ୍ରୀ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ସ୍କୁଲକୁ ପାଠ ପଢିବା ପାଇଁ ଯାଇ ଆଉ ଘରକୁ ଫେରିନାହାନ୍ତି ୨ ଛାତ୍ରୀ । ପରିବାର ଲୋକ ଏନେଇ ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ପ୍ରତିଦିନ ଭଳି ଗତକାଲି ମଧ୍ୟ ୨ ଛାତ୍ରୀ ଏକାସାଙ୍ଗରେ ଭୁବନେଶ୍ୱରସ୍ଥିତ ଖଣ୍ଡଗିରିରେ ଥିବା ଘାଟିକିଆ ପ୍ରାଥମିକ […]
ଭୁବନେଶ୍ୱର : ସ୍କୁଲରୁ ନିଖୋଜ ହେଲେ ୨ ଛାତ୍ରୀ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ସ୍କୁଲକୁ ପାଠ ପଢିବା ପାଇଁ ଯାଇ ଆଉ ଘରକୁ ଫେରିନାହାନ୍ତି ୨ ଛାତ୍ରୀ । ପରିବାର ଲୋକ ଏନେଇ ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ପ୍ରତିଦିନ ଭଳି ଗତକାଲି ମଧ୍ୟ ୨ ଛାତ୍ରୀ ଏକାସାଙ୍ଗରେ ଭୁବନେଶ୍ୱରସ୍ଥିତ ଖଣ୍ଡଗିରିରେ ଥିବା ଘାଟିକିଆ ପ୍ରାଥମିକ ସ୍କୁଲକୁ ଯାଇଥିଲେ I ତେବେ ସ୍କୁଲ ଛୁଟି ହେବାପରେ ୨ ଛାତ୍ରୀ ଘରକୁ ଫେରିବା ବାଟରେ ନିଖୋଜ ହୋଇଯାଇଛନ୍ତି I ପିଲା ୨ ଜଣ ଘରକୁ ନଫେରିବାରୁ ପରିବାର ଲୋକ ସ୍କୁଲ ପରିସର ଓ ଶ୍ରେଣୀ ଗୃହ ଖୋଜାଖୋଜି କରିଥିଲେ । କିନ୍ତୁ ୨ ଛାତ୍ରୀଙ୍କର କୌଣସି ଖବର ମିଳିନଥିଲା । ପରେ ଜଣେ ଛାତ୍ରୀଙ୍କ ମାଆ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କର କୌଣସି ବି ଖବର ମିଳିନାହିଁ ।




