ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ
ବରଗଡ଼ : ଗଳାକାଟି ବୃଦ୍ଧଙ୍କୁ ହତ୍ୟା I ଏହି ଅଭାବନୀୟ ଘଟଣାଟି ବରଗଡ଼ ମେଳଛାମୁଣ୍ଡା ଥାନା କୁଣ୍ଡାଖାଇ ଗାଁରେ ଘଟିଛି I ସୂଚନାନୁସାରେ, କୁଣ୍ଡାଖାଇ ଗାଁ ରେ ଏକ ଘର ଭିତରେ ପଡିଛି ରକ୍ତାକ୍ତ ମୃତଦେହ I ମୃତକ ହେଲେ ଶ୍ୟାମ ପ୍ରଧାନ I ଗତକାଲି ରାତିରେ କିଛି ଦୁର୍ବୃତ୍ତ ଶ୍ୟାମ ପ୍ରଧାନଙ୍କ ଘରେ ପଶି ତାଙ୍କୁ ହତ୍ୟା କରିବା ସହ ଟଙ୍କା ସୁନା ଲୁଟ କରି ନେଇଛନ୍ତି I ହତ୍ୟା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର […]
ବରଗଡ଼ : ଗଳାକାଟି ବୃଦ୍ଧଙ୍କୁ ହତ୍ୟା I ଏହି ଅଭାବନୀୟ ଘଟଣାଟି ବରଗଡ଼ ମେଳଛାମୁଣ୍ଡା ଥାନା କୁଣ୍ଡାଖାଇ ଗାଁରେ ଘଟିଛି I
ସୂଚନାନୁସାରେ, କୁଣ୍ଡାଖାଇ ଗାଁ ରେ ଏକ ଘର ଭିତରେ ପଡିଛି ରକ୍ତାକ୍ତ ମୃତଦେହ I ମୃତକ ହେଲେ ଶ୍ୟାମ ପ୍ରଧାନ I ଗତକାଲି ରାତିରେ କିଛି ଦୁର୍ବୃତ୍ତ ଶ୍ୟାମ ପ୍ରଧାନଙ୍କ ଘରେ ପଶି ତାଙ୍କୁ ହତ୍ୟା କରିବା ସହ ଟଙ୍କା ସୁନା ଲୁଟ କରି ନେଇଛନ୍ତି I ହତ୍ୟା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି I ଖବରପାଇ ମେଲଛାମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି I ଏହାକୁ ନେଇ ଗାଁ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି I




