ଯୌତୁକ ପାଇଁ ବଧୂ ହତ୍ୟା
କେନ୍ଦ୍ରାପଡା : ଯୌତୁକ ପାଇଁ ୯ ମାସର ଗର୍ଭବତୀ ନବବଧୂକୁ ହତ୍ୟା ଅଭିଯୋଗ । ମୃତକ ହେଲେ କଳ୍ପନା ପରିଡା । ଗତବର୍ଷ ତାଙ୍କର ବିବାହ ହୋଇଥିଲା । ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ଥାନା ବାଲିସାହିପାଟଣା ଗାଁରେ । ସୂଚନାନୁସାରେ,ଆଳି ଥାନା ନଳପାହି ଗାଁର ଜୈରାମ ପରିଡାଙ୍କ ଝିଅ କଳ୍ପନା ପରିଡା ଙ୍କ ସହିତ ଗତବର୍ଷ ବାଲିସାହିପାଟଣା ଗାଁର ଦୀପକ ଦାସଙ୍କର ବିବାହ ହୋଇଥିଲା । ବର ଘର ଇଚ୍ଛା ମୁତାବକ ସମସ୍ତ ଜିନିଷ ଝିଅ […]
କେନ୍ଦ୍ରାପଡା : ଯୌତୁକ ପାଇଁ ୯ ମାସର ଗର୍ଭବତୀ ନବବଧୂକୁ ହତ୍ୟା ଅଭିଯୋଗ । ମୃତକ ହେଲେ କଳ୍ପନା ପରିଡା । ଗତବର୍ଷ ତାଙ୍କର ବିବାହ ହୋଇଥିଲା । ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ଥାନା ବାଲିସାହିପାଟଣା ଗାଁରେ ।
ସୂଚନାନୁସାରେ,ଆଳି ଥାନା ନଳପାହି ଗାଁର ଜୈରାମ ପରିଡାଙ୍କ ଝିଅ କଳ୍ପନା ପରିଡା ଙ୍କ ସହିତ ଗତବର୍ଷ ବାଲିସାହିପାଟଣା ଗାଁର ଦୀପକ ଦାସଙ୍କର ବିବାହ ହୋଇଥିଲା । ବର ଘର ଇଚ୍ଛା ମୁତାବକ ସମସ୍ତ ଜିନିଷ ଝିଅ ଘର ପକ୍ଷରୁ ଦିଆଯାଇଥିଲା । କିନ୍ତୁ ଶାଶୂଘର ଲୋକେ ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବି କରିବା ସହ ଝିଅକୁ ନିର୍ଯାତନା ଦେଉଥିବା ନେଇ କଳ୍ପନାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି ।
ଝିଅ ୯ ମାସର ଗର୍ଭବତୀ ଥିବା ବେଳେ ଗତକାଲି ଝିଅକୁ ତାର ଶାଶୁଘର ଲୋକେ ହତ୍ୟା କରିଥିବା ପରିବାର ଲୋକେ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ରାଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଥିବାବେଳେ କଳ୍ପନାଙ୍କ ଶାଶୁ ଘର ଲୋକେ ଫେରାର ହୋଇଯାଇଛନ୍ତି ।




