ଯୌତୁକ ପାଇଁ ନବ ଵିଵାହିତାଙ୍କୁ ହତ୍ୟା

ଭୁବନେଶ୍ୱର : ଯୌତୁକ ପାଇଁ ରାଜଧାନୀରେ ନବ ବଧୂଙ୍କୁ ହତ୍ୟା I ଅଭିଯୋଗ ଆଣିଲେ ପରିବାର ଲୋକେ I ତାଙ୍କ ଝିଅକୁ ମାରି ଫ୍ୟାନରେ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ I ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୁନାମା ଗେଟ ନିକଟ ଅରବିନ୍ଦ ନଗରରେ ଘଟିଛି ଏହି ଘଟଣା I ମୃତକ ହେଲେ ୩୦ବର୍ଷର ପ୍ରିୟଙ୍କା ମିଶ୍ର। ସେ ଦୁଇ ବର୍ଷ ତଳେ ଅରବିନ୍ଦ ନଗରର ପ୍ରଦୀପ୍ତ ଦାସଙ୍କ ପୁଅ ସୁରଜ ଦାସଙ୍କୁ ବୈଦିକ ରୀତିରେ […]

Samaya Live Picture
Published On

ଭୁବନେଶ୍ୱର : ଯୌତୁକ ପାଇଁ ରାଜଧାନୀରେ ନବ ବଧୂଙ୍କୁ ହତ୍ୟା I ଅଭିଯୋଗ ଆଣିଲେ ପରିବାର ଲୋକେ I ତାଙ୍କ ଝିଅକୁ ମାରି ଫ୍ୟାନରେ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ I ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୁନାମା ଗେଟ ନିକଟ ଅରବିନ୍ଦ ନଗରରେ ଘଟିଛି ଏହି ଘଟଣା I ମୃତକ ହେଲେ ୩୦ବର୍ଷର ପ୍ରିୟଙ୍କା ମିଶ୍ର। ସେ ଦୁଇ ବର୍ଷ ତଳେ ଅରବିନ୍ଦ ନଗରର ପ୍ରଦୀପ୍ତ ଦାସଙ୍କ ପୁଅ ସୁରଜ ଦାସଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରଠାରୁ ଶାଶୁଘର ଲୋକେ ପ୍ରିୟଙ୍କାଙ୍କୁ ଅଧିକ ଯୌତୁକ ଓ ଜମି ଜାଗା ପାଇଁ ଚାପ ଦେବା ସହ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ I ଏପରିକି ମାଡ଼ ମାରି ପୂର୍ବରୁ ପ୍ରିୟଙ୍କାଙ୍କ ଗର୍ଭ ନଷ୍ଟ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଏୟାର ଫିଲ୍ଡ ଥାନାରେ ଅଭିଯୋଗ ହେବା ପରେ ସ୍ବାମୀ ସୁରଜ ଦାସଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

Tags: