ଯୌତୁକ ଜନିତ ବଧୂ ହତ୍ୟା ଅଭିଯୋଗ

ରାୟଗଡା : ନବ ଵିଵାହିତାଙ୍କ ସନ୍ଦେହ ଜନକ ମୃତ୍ୟୁ । ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଘଟଣା ଘଟିଛି ରାୟଗଡା ଗୁଣପୁର ଥାନା ଅନ୍ତର୍ଗତ ଗଣେଶ ନଗର ଅଞ୍ଚଳରେ । ବିବାହର ୮ ମାସ ପରେ ଭଡ଼ାଘରୁ ଉଦ୍ଧାର ହୋଇଛି ନବବଧୂଙ୍କ ମୃତଦେହ । ମୃତ ମହିଳା ହେଲେ ପାରଳାଖେମୁଣ୍ଡି ସହର ଅନ୍ତର୍ଗତ ବିଦ୍ୟା ନଗର ଅଞ୍ଚଳର ରଶ୍ମୀ ରଞ୍ଜନୀ ବଡ଼କୁମାର । ସେ ଜଣେ ପୋଷ୍ଟାଲ କର୍ମଚାରୀ ବୋଲି […]

ଯୌତୁକ ଜନିତ ବଧୂ ହତ୍ୟା ଅଭିଯୋଗ
Samaya Live Picture
Published On

ରାୟଗଡା : ନବ ଵିଵାହିତାଙ୍କ ସନ୍ଦେହ ଜନକ ମୃତ୍ୟୁ । ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଘଟଣା ଘଟିଛି ରାୟଗଡା ଗୁଣପୁର ଥାନା ଅନ୍ତର୍ଗତ ଗଣେଶ ନଗର ଅଞ୍ଚଳରେ । ବିବାହର ୮ ମାସ ପରେ ଭଡ଼ାଘରୁ ଉଦ୍ଧାର ହୋଇଛି ନବବଧୂଙ୍କ ମୃତଦେହ । ମୃତ ମହିଳା ହେଲେ ପାରଳାଖେମୁଣ୍ଡି ସହର ଅନ୍ତର୍ଗତ ବିଦ୍ୟା ନଗର ଅଞ୍ଚଳର ରଶ୍ମୀ ରଞ୍ଜନୀ ବଡ଼କୁମାର । ସେ ଜଣେ ପୋଷ୍ଟାଲ କର୍ମଚାରୀ ବୋଲି ସୂଚନା ମିଳିଛି ।

ସୂଚନାନୁସାରେ,ପାରଳାଖେମୁଣ୍ଡି ସହରର ବିଦ୍ୟାନଗରର କୁଞ୍ଜବିହାରୀ ବଡ଼କୁମାରଙ୍କ ଝିଅ ହେଉଛନ୍ତି ରଶ୍ମି ରଞ୍ଜନୀ ବଡ଼ କୁମାର । ସେ ୨୦୨୪ ଜୁଲାଇରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗ୍ରାମର ଦେବାଶିଷ ମାଝୀଙ୍କୁ ରଶ୍ମୀ ବିବାହ କରିଥିଲେ । ହେଲେ ଗତକାଲି ରାତିରେ ଗଣେଶ ନଗର ସ୍ଥିତ ଭଡ଼ା ଘରେ ରଶ୍ମିଙ୍କର ମୃତ୍ୟୁ ଘଟିଛି। ବାହାଘର ପରେ ଯୌତୁକ ପାଇଁ ଝିଅକୁ ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେଉଥିଲେ। ଏବଂ ଶାଶୁ ଘର ଲୋକ ତାଙ୍କୁ ମାରିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ରଶ୍ମୀଙ୍କ ବାପା । ଅଭିଯୋଗକୁ ଆଧାର କରି ଗୁଣପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏବଂ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।

Tags: