ଯୁବରାଜ ସିଂ, ରବିନ ଉଥପ୍ପା ଏବଂ ସୋନୁ ସୁଦଙ୍କୁ ଇଡି ସମନ

ନୂଆଦିଲ୍ଲୀ : ବେଆଇନ ବେଟିଂ ଆପ ପ୍ରମୋସନ ମାମଲା । ବଲିଉଡ ଅଭିନେତା ସୋନୁ ସୁଦଙ୍କ ସହିତ ପୂର୍ବତନ କ୍ରିକେଟର ଯୁବରାଜ ସିଂ, ରବିନ ଉଥପ୍ପାଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ED ) । ବେଆଇନ ବେଟିଂ ଆପ 1xBet ର ପ୍ରମୋସନ ପାଇଁ ଏହି ୩ ଜଣଙ୍କୁ ପଚରା ଉଚରା ପାଇଁ ଆସନ୍ତା ୨୨,୨୩,ଏବଂ ୨୪ରେ ଇଡିରେ ହଜାର ହେବାକୁ ସମନ ଜାରି ହୋଇଛି । ରବିନ ଉଥାପ୍ପା ୨୦୦୭ରେ ଖେଳାଯାଇଥିବା ପ୍ରଥମ […]

ଯୁବରାଜ ସିଂ, ରବିନ ଉଥପ୍ପା ଏବଂ ସୋନୁ ସୁଦଙ୍କୁ ଇଡି ସମନ
Samaya Live Picture
Published On

ନୂଆଦିଲ୍ଲୀ : ବେଆଇନ ବେଟିଂ ଆପ ପ୍ରମୋସନ ମାମଲା । ବଲିଉଡ ଅଭିନେତା ସୋନୁ ସୁଦଙ୍କ ସହିତ ପୂର୍ବତନ କ୍ରିକେଟର ଯୁବରାଜ ସିଂ, ରବିନ ଉଥପ୍ପାଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ED ) । ବେଆଇନ ବେଟିଂ ଆପ 1xBet ର ପ୍ରମୋସନ ପାଇଁ ଏହି ୩ ଜଣଙ୍କୁ ପଚରା ଉଚରା ପାଇଁ ଆସନ୍ତା ୨୨,୨୩,ଏବଂ ୨୪ରେ ଇଡିରେ ହଜାର ହେବାକୁ ସମନ ଜାରି ହୋଇଛି ।

ରବିନ ଉଥାପ୍ପା ୨୦୦୭ରେ ଖେଳାଯାଇଥିବା ପ୍ରଥମ T20 ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳରେ ସାମିଲ ରହିଥିଲେ । ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଏକ ରୋମାଞ୍ଚକର ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ ରନରେ ପରାସ୍ତ କରିଥିଲା ।

ସେହିପରି ଅଭିନେତା ସୋନୁ ସୁଦଙ୍କୁ ବି ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆସନ୍ତା ୨୪ରେ ହାଜର ହେବାକୁ କୁହାଯାଇଛି । କେବଳ ସୋନୁ ସୁଦ ନୁହେଁ ଉର୍ବଶୀ ରୌତେଲା, ମିମି ଚକ୍ରବର୍ତ୍ତୀ ମଧ୍ୟ ଏଥିରେ ସାମିଲ ରହିଛନ୍ତି ।

ପୂର୍ବରୁ ଏହି ମାମଲାରେ ଶିଖର ଧୱନ, ସୁରେଶ ରାଇନା ଓ ହରଭଜନ ସିଂଙ୍କୁ ଇଡି ପଚରାଉଚରା କରିସାରିଛି । ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କୁ ମଧ୍ୟ ସମାନ ମାମଲାରେ ସମନ କରାଯାଇଥିଲା ଏବଂ ଅଗଷ୍ଟରେ ତାଙ୍କୁ ପଚରାଉଚରା କରାଯାଇଥିଲା। ଶିଖର ଧାୱନଙ୍କୁ ମଧ୍ୟ ଚଳିତ ମାସରେ ସମନ କରାଯାଇଛି। ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ରାଣା ଦଗ୍ଗୁବତୀ ଏବଂ ପ୍ରକାଶ ରାଜଙ୍କ ନାମ ମଧ୍ୟ ଏହି ମାମଲାରେ ସାମ୍ନାକୁ ଆସିଥିଲା।ଏହି ଅନଲାଇନ ବେଟିଂ ଆପ୍ ମାଧ୍ୟମରେ ଅନେକ ନିବେଶକ ଏବଂ ସାଧାରଣ ଲୋକଙ୍କୁ କୋଟି କୋଟି ଟଙ୍କା ଠକେଇ କରାଯାଇଥିଲା, ଏବଂ ବଡ଼ ପରିମାଣରେ ଟିକସ ଫାଙ୍କି ଦିଆଯାଇଥିଲା ।

Tags: