ମୋବାଇଲ ପାଇଁ ଛାତ୍ରୀଙ୍କ ଆତ୍ମହତ୍ୟା
ସୋର: ମୋବାଇଲ୍ ଦେଖିବା ପାଇଁ ଆକଟ କରିବା ହେଲା କାଳ I ଓଢଣୀ ଲଗାଇ ଝୁଲି ପଡିଲେ ଦଶମ ଶ୍ରେଣୀ ଛାତ୍ରୀ I ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ମହୁମୁହାଣ ପଞ୍ଚାୟତ ଆଙ୍ଗୁଳା ଗ୍ରାମରେ ଏହି ଘଟଣା ଘଟିଛି। ଛାତ୍ରୀ ଜଣକ ହେଲେ ରାଜଶ୍ରୀ ମହାରଣା (୧୪) । ସେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଖବର ଅନୁସାରେ,ଆଜି ପୂର୍ବାହ୍ନରେ ଆଙ୍ଗୁଳା ଗ୍ରାମର ନିରଞ୍ଜନ ମହାରଣାଙ୍କ ଝିଅ ରାଜଶ୍ରୀ ଟ୍ୟୁସନ୍ […]
ସୋର: ମୋବାଇଲ୍ ଦେଖିବା ପାଇଁ ଆକଟ କରିବା ହେଲା କାଳ I ଓଢଣୀ ଲଗାଇ ଝୁଲି ପଡିଲେ ଦଶମ ଶ୍ରେଣୀ ଛାତ୍ରୀ I ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ମହୁମୁହାଣ ପଞ୍ଚାୟତ ଆଙ୍ଗୁଳା ଗ୍ରାମରେ ଏହି ଘଟଣା ଘଟିଛି। ଛାତ୍ରୀ ଜଣକ ହେଲେ ରାଜଶ୍ରୀ ମହାରଣା (୧୪) । ସେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀରେ ପଢ଼ୁଥିଲେ।
ଖବର ଅନୁସାରେ,ଆଜି ପୂର୍ବାହ୍ନରେ ଆଙ୍ଗୁଳା ଗ୍ରାମର ନିରଞ୍ଜନ ମହାରଣାଙ୍କ ଝିଅ ରାଜଶ୍ରୀ ଟ୍ୟୁସନ୍ ଯାଇ ଘରକୁ ଫେରିବା ପରେ ମୋବାଇଲ୍ ଦେଖୁଥିଲେ। ମାଆ ଜ୍ୟୋତ୍ସ୍ନାମୟୀ ତାଙ୍କୁ ତାଗିଦ୍ କରିବା ସହ ପାଠ ପଢ଼ିବାକୁ କହିଥିଲେ I ତେବେ କିଛି ସମୟ ପରେ ରାଜଶ୍ରୀ ନିଜ ଓଢ଼ଣୀକୁ ବେକରେ ଲଗାଇ ଘର ଭିତରେ ଝୁଲିପଡ଼ି ଥିବାର ଦେଖାଯାଇଥିଲା । ଏହାଦେଖି ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ସୋର ଡାକ୍ତରଖାନା ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଏ ନେଇ ସୋର ଥାନାରେ ୩୬/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାରକୁ ମୃତଦେହ ହସ୍ତାନ୍ତର କରିଛି। ଏହି ଘଟଣାରେ ଗାଁରେ ଶୋକର ଛାୟା ଖେଳି ଯାଇଛି I




