ମୁଣ୍ଡଳୀ ଟୋଲ ଗେଟ କର୍ମଚାରୀ ଓ ପର୍ଯ୍ୟଟକ ହାତାହାତି
କଟକ : ଟୋଲ ଆଦାୟକୁ ନେଇ ମୁଣ୍ଡଳୀ ଟୋଲ ଗେଟ କର୍ମଚାରୀ ଏବଂ ଛତିଶଗଡ଼ ପର୍ଯ୍ୟଟକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜି ଥିଲା I କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା I ଏଥିରେ ୧୧ ଜଣ ଆହତ ହୋଇଥିଲେ I ୧୭ ଦିନ ଧରି ତୀର୍ଥ ଯାତ୍ରାରେ ବାହାରିଥିବା ଛତିଶଗଡ଼ର ଦୁଇଟି ବସ୍ ଗତକାଲି ପୁରୀ ଓ ନନ୍ଦନକାନନ ବୁଲି ଅପରାହ୍ନରେ ଛତିଶଗଡ଼ ଫେରିବା ପାଇଁ ମୁଣ୍ଡଳୀ ଟୋଲ ଗେଟ ନିକଟରେ ପହଂଚିଥିଲେ I ଏହି ସମୟରେ […]
କଟକ : ଟୋଲ ଆଦାୟକୁ ନେଇ ମୁଣ୍ଡଳୀ ଟୋଲ ଗେଟ କର୍ମଚାରୀ ଏବଂ ଛତିଶଗଡ଼ ପର୍ଯ୍ୟଟକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜି ଥିଲା I କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା I ଏଥିରେ ୧୧ ଜଣ ଆହତ ହୋଇଥିଲେ I ୧୭ ଦିନ ଧରି ତୀର୍ଥ ଯାତ୍ରାରେ ବାହାରିଥିବା ଛତିଶଗଡ଼ର ଦୁଇଟି ବସ୍ ଗତକାଲି ପୁରୀ ଓ ନନ୍ଦନକାନନ ବୁଲି ଅପରାହ୍ନରେ ଛତିଶଗଡ଼ ଫେରିବା ପାଇଁ ମୁଣ୍ଡଳୀ ଟୋଲ ଗେଟ ନିକଟରେ ପହଂଚିଥିଲେ I ଏହି ସମୟରେ ଗେଟ କର୍ମଚାରୀ ପ୍ରତି ବସ ପିଛା ୫୦୦ ଟଙ୍କା ଟୋଲ ଦେବାକୁ କହିଥିଲେ I ମାତ୍ର ବସ କର୍ମଚାରୀ ୨୦୦ ଟଙ୍କା ଦେଉଥିବା କହିଥିଲେ I ଏହି କଥାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବାକ ବିତଣ୍ଡା ହେବାପରେ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା I ଟୋଲ ଗେଟ୍ କର୍ମଚାରୀ ଓ ବସ୍ ଡ୍ରାଇଭରଙ୍କ ଝଗଡ଼ା ଦେଖି ଟୁରିଷ୍ଟମାନେ ମଧ୍ୟ ବସ୍ରୁ ଓହ୍ଲାଇ ଆସିଥିଲେ। ସେମାନଙ୍କର ମଧ୍ୟ ଟୋଲ ଗେଟ୍ କର୍ମଚାରୀ ସହିତ ଝଗଡ଼ା ହୋଇଥିଲା। ପରେ ଟୁରିଷ୍ଟ, ଡ୍ରାଇଭର ଓ କର୍ମଚାରୀଙ୍କ ମଧ୍ୟରେ ଠେଙ୍ଗାବାଡ଼ିରେ ମାଡପିଟ୍ ହୋଇଥିଲା। ଗେଟ କର୍ମଚାରୀମାନେ ବଡ଼ ବଡ଼ ଠେଙ୍ଗା ବାଡ଼ି ଆଣି ବସ ୨ଟିର ସାମ୍ନା ପଟ କାଚ ବାଡେଇ ଭାଙ୍ଗି ଦେଇଥିଲେ I ଏଥିରେ ୧୧ ଜଣ ପର୍ଯ୍ୟଟକଙ୍କ ସହିତ ଗେଟ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ I ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ପୁଲିସ ଏହି ଘଟଣାରେ ୪ଜଣ ଟୋଲ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଏଣେ ଗତକାଲି ରାତିରୁ ଛତିଶଗଡର ଟୁରିଷ୍ଟମାନେ ମଧ୍ୟ ଅଟକ ରହିଛନ୍ତି I ଆଠଗଡ଼ ପ୍ରଶାସନ ପକ୍ଷରୁ ସେମାନଙ୍କୁ ରାତିରେ ଶୁଖିଲା ଖାଦ୍ୟ ଦିଆଯିବା ସହ ଆଠଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ରହିବାର ସମସ୍ତ ବନ୍ଦୋବସ୍ତ କରାଯାଇଛି।
ଏହି ଘଟଣାକୁ ନେଇ ଅସ୍ଥାୟୀ ଭାବରେ ଟୋଲ ଗେଟ ବନ୍ଦ କରିଛି ଆଠଗଡ଼ ପ୍ରଶାସନ । ଓଡ଼ିଶା ବ୍ରିଜ ଏବଂ ନିର୍ମାଣ ନିଗମ ସହ ବୈଠକ ପରେ ନିଆଯିବ ନିଷ୍ପତି । ଏନେଇ ସୂଚନା ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ।




