ମାନସିକ ଆଘାତରୁ ନାବାଳକଙ୍କ ଆତ୍ମହତ୍ୟା
ପୁରୀ :ସହି ହେଲାଣି ଚିଙ୍ଗୁଡ଼ି ଚୋର ଅପବାଦ I ଆତ୍ମହତ୍ୟା କଲେ ନାବାଳକ। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଖଣ୍ଡୁଆଳପୁର ଗାଁର ଜଣେ ୧୬ ବର୍ଷୀୟ ନାବାଳକ ଆତ୍ମହତ୍ୟା କରିଛନ୍ତି। ଗାଁର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳକ ଜଣଙ୍କ ହେଉଛନ୍ତି ମୀନକେତନ ବେହେରା I ପୋଖରୀରେ ମାଛ ଧାରାକୁ କେନ୍ଦ୍ର କରି ପଡୋଶୀଙ୍କ ଅପମାନ ଯୋଗୁଁ ସେଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି I ଘଟନାନୁସାରେ,ଗତକାଲି ବ୍ରହ୍ମଗିରି ଥାନା ଖଣ୍ଡୁଆଳପୁର […]
ପୁରୀ :ସହି ହେଲାଣି ଚିଙ୍ଗୁଡ଼ି ଚୋର ଅପବାଦ I ଆତ୍ମହତ୍ୟା କଲେ ନାବାଳକ। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଖଣ୍ଡୁଆଳପୁର ଗାଁର ଜଣେ ୧୬ ବର୍ଷୀୟ ନାବାଳକ ଆତ୍ମହତ୍ୟା କରିଛନ୍ତି। ଗାଁର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳକ ଜଣଙ୍କ ହେଉଛନ୍ତି ମୀନକେତନ ବେହେରା I ପୋଖରୀରେ ମାଛ ଧାରାକୁ କେନ୍ଦ୍ର କରି ପଡୋଶୀଙ୍କ ଅପମାନ ଯୋଗୁଁ ସେଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି I
ଘଟନାନୁସାରେ,ଗତକାଲି ବ୍ରହ୍ମଗିରି ଥାନା ଖଣ୍ଡୁଆଳପୁର ଗ୍ରାମରେ ପୋଖରୀରୁ ମାଛ ଧରିବାକୁ ନେଇ ପଡ଼ୋଶୀଙ୍କ ସହ ବଚସା ହୋଇଥିଲା। ମିନା କେତନ ପୋଖରୀରୁ ଚିଙ୍ଗୁଡ଼ି ଚୋରି କରିଥିବା ନେଇ ତାଙ୍କୁ ପଡୋଶୀ ପ୍ରତାପ ସାହୁ ଅନେକ ଗାଳି ଗୁଲଜ କରିବା ସହିତ ,ମୀନକେତନଙ୍କୁ ପୋଖରୀ ହୁଡ଼ାକୁ ଜୋର ଜବରଦସ୍ତ ନେଇ ତାଙ୍କ ପାଦ ଚିହ୍ନ ମିଳାଇଥିଲେ I ଏହାପରେ ତାଙ୍କୁ ମାଡ଼ ମାରିବା ସହିତ ଅନେକ ଗାଳି ଗୁଲଜ କରିଥିଲେ I ତେବେ ଅପମାନ ଅସହ୍ୟ ହେବାରୁ ମୀନ କେତନ ଗାଁ ନିକଟରେ ଥିବା ଏକ ଗଛରେ ଝୁଲି ପଡ଼ିଥିଲେ I ଗତକାଲି ରାତିରେ ଗାଁ ନିକଟ ଏକ ଗଛରୁ ମିନ କେତନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ପଡ଼ୋଶୀଙ୍କ ଅପମାନ ସହି ନ ପାରି ମିନକେତନ ଆତ୍ମହତ୍ୟା କରିଥିବା ତାଙ୍କ ଦାଦା ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ବ୍ରହ୍ମଗିରି ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି I




